Categories: ଜାତୀୟ

୨୧ କିଲୋ ପନିପରିବା ପିଠିରେ ଧରି ୧୨ କିମି ପାଦରେ ଚାଲୁଛନ୍ତି ଜିଲାପାଳ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୫।୯: ସୋସିଆଲ୍‌ ମିଡ଼ିଆରେ ଏବେ ଜଣେ ଜିଲାପାଳ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମେଘାଳୟର ପଶ୍ଚିମ ଗାରୋ ହିଲସ୍‌ ଅଞ୍ଚଳରେ ନିଯୁକ୍ତ ହୋଇଥିବା ୪୩ ବୟସ୍କ ଜିଲାପାଳ ରାମ ସିଂହ ଘରଠାରୁ ସ୍ଥାନୀୟ ସାପ୍ତାହିକ ବଜାରକୁୁ ଚାଲି ଚାଲି ଆସିଥାନ୍ତି। ବଜାରରୁ ୨୧ କିଲୋ ପର୍ଯ୍ୟନ୍ତ ପନିପରିବା କିଣି ଏହାକୁ ଏକ ବେତ ଝୁଡ଼ିରେ ପିଠିରେ ବୋହି ସେ ଚାଲି ଚାଲି ପାଦରେ ଘରକୁ ଫେରନ୍ତି। ଫିଟ୍‌ନେସ୍‌ ପାଇଁ ସେ ଏଭଳି କରିଥିବା କହିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ସ୍ବାସ୍ଥ୍ୟ ପ୍ରତି ବେଶ୍‌ ସଚେତନ। ତେଣୁ ସେ ମଧ୍ୟ ଜିଲାପାଳଙ୍କ ସହିତ ବଜାରରୁ ପନିପରିବା ଚାଲି ଚାଲି ଆଣିଥାନ୍ତି। ଜିଲାପାଳଙ୍କ କାର୍ଯ୍ୟକୁ ଦେଖି ଅନେକ ଅଫିସର ମଧ୍ୟ ଏଭଳି କରୁଥିବା କୁହାଯାଉଛି।

Share