୨୧୧ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆତ୍ମନିର୍ଭର ଭାରତ ଗୀତକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଦେଶର ଅର୍ଥ ବ୍ୟବସ୍ଥା ଖରାପ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ପ୍ରେରିତ ହୋଇ ଦେଶର ୨୧୧ ଜଣ କଳାକାର ଆତ୍ମନିର୍ଭର ଭାରତ ଗୀତ ପ୍ରସ୍ତୁତ କରିଛନ୍ତି। ଏହାକୁ ପ୍ରଧାନମନ୍ତ୍ରୀ ବେଶ୍‌ ପ୍ରଶଂସା କରିଛନ୍ତି। ଏହି ଗୀତ ସଭିଙ୍କୁ ଉତ୍ସାହିତ କରିବା ସହିତ ମନରେ ପ୍ରେରଣା ଭରିଦେବ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ସୂଚନାଯୋଗ୍ୟ, ଗୀତକୁ ଭାରତୀୟ ଜନତା ଏବଂ ପ୍ରଧାନମନ୍ତ୍ରୀଙ୍କ ଅର୍ପଣ କରାଯାଇଥିବା ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟୁଇଟ୍‌ କରିଥିଲେ। ପରେ ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ଏଭଳି ଟୁଇଟ୍‌ କରିଥିଲେ।

Share