୨୧ରେ ଆସୁଛନ୍ତି ପବ୍ଲିକ ଆକାଉଣ୍ଟ୍‌ସ କମିଟି

ଭୁବନେଶ୍ୱର,୧୮ା୧୦(ବ୍ୟୁରେ): ଆସନ୍ତା ସୋମବାର ଓଡ଼ିଶା ଆସୁଛନ୍ତି ପବ୍ଲିକ ଆକାଉଣ୍ଟସ କମିଟି। ପୂର୍ବତଟ ରେଳପଥରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ସାମ୍ବିଧାନିକ ଆବଶ୍ୟକତା ନିରୀକ୍ଷଣ କରିବେ। ସେମାନଙ୍କ ସହ କରାଯାଇଥିବା ଚୁକ୍ତି ଅନୁସାରେ ଅଧିକାର ମିଳୁଛି କି ନାହଁି ତାହାର ତଦାରଖ କରିବେ। ଠିକା କର୍ମଚାରୀଙ୍କୁ ଠିକ୍‌ ଦରମା, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁବିଧା, ଚୁକ୍ତି, ଶ୍ରମ ଆଇନର ପାଳନ, କର୍ମଚାରୀ ସ୍ବଚ୍ଛତା, ସର୍ବନିମ୍ନ ମଜୁରି ଆଦି କ୍ଷେତ୍ରର ଅନୁଧ୍ୟାନ କରିବେ। ପ୍ରତିବର୍ଷ ଏହି କମିଟି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ପରିଚାଳନା ସଂକ୍ରାନ୍ତରେ ନିରୀକ୍ଷଣ କରିଥାଏ।