୨୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରି ଖାତାଦେଖା

କଟକ ଅଫିସ,୧୭।୭: ଆସନ୍ତା ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷାର ଖାତାଦେଖା ହେବ। ଏଥି ନିମନ୍ତେ ୧୨ଟି ମୂଲ୍ୟାୟନ କେନ୍ଦ୍ର ସ୍ଥିର କରାଯାଇଛି। ସେହିପରି ୮ଟି ମୂଲ୍ୟାୟନ କେନ୍ଦ୍ରରେ ସମାନ ତାରିଖରୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟର ଖାତାଦେଖା ହେବ। ଉଭୟ ପରୀକ୍ଷାର ମୂଲ୍ୟାୟନ ନିମନ୍ତେ ୩୯୦୦ଜଣ ପରୀକ୍ଷକ ନିଯୁକ୍ତ ହୋଇଛନ୍ତି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୂଲ୍ୟାୟନ କେନ୍ଦ୍ରର ମୁଖ୍ୟମାନେ ବୋର୍ଡର ନିଜସ୍ବ ଓ୍ବେବ୍‌ସାଇଟରୁ ନିଯୁକ୍ତି ପତ୍ର ଡାଉନ୍‌ଲୋଡ କରିପାରିବେ।