୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ

ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ୨୧ଦିନ ମଧ୍ୟରେ ୭ଗୁଣ ଆକ୍ରାନ୍ତ ବଢ଼ିଛନ୍ତି। ଏପ୍ରିଲ ୩୦ରେ ରାଜ୍ୟରେ ୧୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪୧ଜଣ ସୁସ୍ଥ ହୋଇଥିବାବେଳେ ୧୦୧ ସକ୍ରିୟ ଥିଲେ ଓ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ୪୦ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଅର୍ଥାତ୍‌ ମେ ୨୧ ସୁଦ୍ଧା ଏହି ସଂଖ୍ୟା ୧୧୦୩ରେ ପହଞ୍ଚତ୍ଛି। ସେହିପରି ୫୦ଜଣ ସୁସ୍ଥ ହୋଇଥିବାବେଳେ ଆଉଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ୭୦୩ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ୩୯୩ଜଣ ସୁସ୍ଥ ହୋଇଛନ୍ତି ଓ ମୃତକଙ୍କ ସଂଖ୍ୟା ୭ ଛୁଇଁଛି।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ମାର୍ଚ୍ଚରେ ୪ ଜଣ, ଏପ୍ରିଲରେ ୧୩୯ଜଣ ଓ ମେ ମାସରେ ସର୍ବାଧିକ ୯୬୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ହିସାବକୁ ନେଲେ ଚଳିତ ମାସ ଶେଷ ବେଳକୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦୦ ଡେଇଁ ସାରିଥିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଧୀରେ ଧୀରେ କଟକଣା କୋହଳ ହେବା ଓ ପ୍ରବାସୀଙ୍କ ଆଗମନ ଲାଗି ରହିଥିବାରୁ ଏ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ମୁଖ୍ୟତଃ ମେ’ ମାସରୁ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଏହି ସଂଖ୍ୟା ବହୁଗୁଣିତ ହେବାରେ ଲାଗିଛି। ଗଞ୍ଜାମକୁ ଉଦାହରଣ ଭାବେ ନେଲେ ଜଣାପଡେ ଯେ, ଏହି ଜିଲାରେ ମେ ୩ରେ ପ୍ରଥମ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନେ ସୁରଟ ଫେରନ୍ତା ଥିଲେ। ଏବେ ଏଠାରେ ରାଜ୍ୟର ସର୍ବାଧିକ ୩୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଗୁରୁବାର ଚିହ୍ନଟ ୪୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନୟାଗଡ଼ ଜିଲାର ୧୧ଜଣ, କଟକ ୯, ଯାଜପୁର ୫, ଗଞ୍ଜାମ ୪, ମୟୂରଭଞ୍ଜ ୩, ଅନୁଗୋଳ ୨, ଜଗତ୍‌ସିଂହପୁର ୨, ସମ୍ବଲପୁର ୨, ମାଲକାନଗିରି ଓ ପୁରୀ ଜିଲାର ଜଣେ ଲେଖାଏ ରହିଛନ୍ତି। ନୟାଗଡ଼ ଜିଲାର ସମସ୍ତ ୧୧ଜଣ ନୂଆ ଆକ୍ରାନ୍ତ ସୁରଟ ଫେରନ୍ତା। ସେମାନେ ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। କଟକରୁ ଚିହ୍ନଟ ୯ଜଣ ତେଲଙ୍ଗାନାରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିଲେ। ଯାଜପୁରରୁ ଚିହ୍ନଟ ୫ଜଣ ତାମିଲନାଡୁ ଫେରନ୍ତା ହୋଇଥିବାବେଳେ ସେମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଗଞ୍ଜାମରୁ ୪ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସୁରଟ ଫେରନ୍ତା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ଓ ଅନ୍ୟଜଣେ ସ୍ଥାନୀୟ ସଂକ୍ରମିତ। ମୟୂରଭଞ୍ଜରୁ ଚିହ୍ନଟ ୩ଜଣ ଆନ୍ଧ୍ର ପ୍ରଦେଶରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିଲେ। ଅନୁଗୋଳରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଆଉଜଣେ ଆନ୍ଧ୍ର ପ୍ରଦେଶ ଫେରନ୍ତା। ଦୁହେଁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଜଗତ୍‌ସିଂହପୁରରୁ ୨ଜଣ ଚିହ୍ନଟ ହୋଇଥିବାବେଳେ ଦୁହେଁ କ୍ୱାରାଣ୍ଟାଇନ୍‌ରେ ଥିଲେ ଓ ମହାରାଷ୍ଟ୍ର ଫେରନ୍ତା। ସମ୍ବଲପୁରରୁ ଚିହ୍ନଟ ୨ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ଅନ୍ୟଜଣେ ପଶ୍ଚିମବଙ୍ଗ ଫେରନ୍ତା ଓ ସେ କ୍ୱାରାଣ୍ଟାଇନ୍‌ ସେଣ୍ଟରେ ରହୁଥିଲେ। ମାଲକାନଗିରିରୁ ଚିହ୍ନଟ ଜଣକ ତାମିଲନାଡୁ ଫେରନ୍ତା ଓ ପୁରୀରୁ ଚିହ୍ନଟ ଜଣେ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ୭ମ ମୃତକ ହେଲେ ଗଞ୍ଜାମ ଜିଲାର ୮୫ବର୍ଷୀୟ ସୁରଟ ଫେରନ୍ତା। ସେ ସେଠାରେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତାଙ୍କୁ ମିଶାଇଲେ ଗଞ୍ଜାମ ଜିଲାରେ ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଖୋର୍ଦ୍ଧାରେ ୩ଜଣ ଓ କଟକରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରାଜ୍ୟରେ ସୁସ୍ଥ ହୋଇଥିବା ଆଉ ୫୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୨୨ଜଣ, ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ଜଣ, ଯାଜପୁର ଓ ବୌଦ୍ଧରୁ ୩ ଜଣ ଲେଖାଏ ଥିବାବେଳେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ (ରାଉରକେଲା)ରୁ ଜଣେ ଲେଖାଏ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri