୨୦ ହଜାର ସ୍କ୍ରିନରେ ରିଏଣ୍ଟ୍ରି କରିବ ‘ଆଖେଁ’

ମୁମ୍ବାଇ: ପ୍ରାୟ ୨ଦଶକ ପୂର୍ବେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଆଖେଁ’ ପୁଣିଥରେ ୨୦ ହଜାର ସ୍କ୍ରିନରେ ରିଏଣ୍ଟ୍ରି କରିବ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏହା ଭାରତରେ ନୁହେଁ ସୌଦି ଆରବ ଓ ଚାଇନାରେ ରିଲିଜ୍‌ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ବହୁଦିନ ପରେ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ବିପୁଲ ଶାହାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବିଦେଶରେ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି କୁହାଯାଉଛି। ଫିଲ୍ମର ନିର୍ମାତା ଗୌରାଙ୍ଗ ଯୋଶୀ ଏନେଇ ବିଦେଶୀ କ୍ରେତାଙ୍କ ସହ କଥା ହୋଇସାରିଛନ୍ତି ବୋଲି ଜଣାପଡିଛି। ପୂର୍ବରୁ ଏହାର ସିକ୍ୱୁଏଲ କଥା ଶୁଣିବାକୁ ମିଳିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଏହାର ନିର୍ମାଣ କରାଯାଇନାହିଁ। ତେବେ ବଲିଉଡ୍‌ ର ଏହି ବ୍ଲକବଷ୍ଟର ଫିଲ୍ମ ବିଦେଶୀ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା ରହିଛି। ଏହା ସ୍ଥାନୀୟ ଭାଷାରେ ପ୍ରସ୍ତୁତ ହେବା ପରେ ଯାଇ ରିଲିଜ୍‌ ହେବ। ଏହି ଫିଲ୍ମରେ ଅମିତାଭଙ୍କ ସହ ଅକ୍ଷୟ କୁମାର, ସୁସ୍ମିତା ସେନ୍‌, ଅର୍ଜୁନ ରାମପାଳ ଓ ଅର୍ଜୁନ କପୁର ଆଦିଙ୍କୁ ଦେଖିବାକୁ ମିଳିବ। ତେବେ ଫିଲ୍ମ ନିର୍ମାତା ଏହାରି ମାଧ୍ୟମରେ ବିଦେଶରେ ନିଜର ଏକ ଭଲ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

Share