Posted inଖେଳ

୨୦ ହଜାରୁ ଅଧିକ ରନ୍‌, ୧୦୦୦ରୁ ଅଧିକ ଉଇକେଟ୍‌, ଏବେ ଚଲାଉଛନ୍ତି ଟ୍ରକ୍‌

ଅଲରାଉଣ୍ଡର ପ୍ରଦର୍ଶନ ଜରିଆରେ ନ୍ୟୁଜିଲାଣ୍ଡକ ବହୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତାଇଥିବା ପୂର୍ବତନ ଖେଳାଳି କ୍ରିସ୍‌ କ୍ରେନ୍ସ ଏବେ ଟ୍ରକ୍‌ ଚଲାଉଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଅବସର ପରେ କ୍ରିସ କେନର୍‌ସ ମ୍ୟାଚ ଫିକ୍ସିଂ ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଭାରତୀୟ କ୍ରିକେଟ ଲିଗରେ ଫିକ୍ସିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ କ୍ରିସ କ୍ରେନ୍ସ ଅସ୍ବୀକାର କରିଥିଲେ। ମ୍ୟାଚ ଫିକ୍ସିଂରେ ନିଜେ ଦୋଷୀ ସାବ୍ୟସ୍ତ ହୋଇଥିବା ନ୍ୟୁଜିଲ୍ୟାଣ୍ଡର ପୂର୍ବତନ କ୍ରିକେଟର ଲୁ ଭିନ୍ସେଣ୍ଟ ଅଭିଯୋଗ କରିଛନ୍ତି ଯେ, କ୍ରିସ କ୍ରେନ୍ସ ତାଙ୍କୁ ଫିକ୍ସିଂ ପ୍ରସ୍ତାବ ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକାଲମ ମଧ୍ୟ କ୍ରେନ୍ସଙ୍କ ନାଁ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କେବେ ପ୍ରମାଣିତ ହୋଇପାରି ନାହିଁ। ଏହି ଅଭିଯୋଗ ଆସିବା ପରେ କ୍ରେନ୍ସ ଦେବାଳିଆ ହୋଇଯାଇଥିଲେ। ପରିବାର ଚଳାଇବା ପାଇଁ ଅକଲାଣ୍ଡର ଏକ ଆଶ୍ରୟସ୍ଥଳୀରେ ବସ ଧୋଇବାକୁ ପଡୁଥିଲା। କେବଳ ଏତିକି ନୁହେଁ, ସେ ଅକଲାଣ୍ଡ ନଗରପାଳିକା ପାଇଁ ଏକ ଟ୍ରକ ଚଲାଉଛନ୍ତି। ବସ୍‌ ଧୋଉଛନ୍ତି।
କ୍ରିସ କ୍ରେନ୍ସଙ୍କ କ୍ରିକେଟ କ୍ୟାରିୟର ବେଶ୍‌ ଲମ୍ବା ଥିଲା। ୧୯୮୯ରେ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରବେଶ କରିଥିବା କ୍ରେନ୍ସ ନ୍ୟୁଜିଲାଣ୍ଡ ପାଇଁ ୬୨ଟି ଟେଷ୍ଟରେ ୩୩୨୦ ରନ ସଂଗ୍ରହ କରିବା ସହ ୨୧୮ଟି ଉଇକେଟ ନେଇଥିଲେ । ସେ ୨୧୫ଟି ଏକଦିବସୀୟରେ ୪୯୫୦ ରନ ସ୍କୋର କରିବା ସହ ୨୦୧ଟି ଉଇକେଟ ନେଇଥିଲେ। ଏହି ସମୟ ମଧ୍ୟରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୯ଟି ଶତକ ଏବଂ ୪୮ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଟେଷ୍ଟରେ ସେ ୧୩ଥର ପାଞ୍ଚଟି ଉଇକେଟ ନେଇଛନ୍ତି ଏବଂ ଥରେ ମ୍ୟାଚରେ ୧୦ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri