୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ: ଡ୍ରାଇଭର ଗିରଫ

ବାଲିଗୁଡ଼ା,୮।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ଚଢ଼ାଉକରି ପୋଲିସ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଭର୍ତ୍ତି ଟ୍ରାକ୍ଟରକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ମହାସିଙ୍ଗି ପୁରୁଣା ସାହିର ସଞ୍ଜିବ ଖଟୁଆ।
ସୂଚନାଯୋଗ୍ୟ, ବାଲିଗୁଡ଼ା ପୋଲିସ ପକ୍ଷରୁ ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ଟିମ୍‌ ସହ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ମହାସିଙ୍ଗି ପୁରୁଣା ସାହି ଦେଇ ଏକ ଟ୍ରାକ୍ଟର ନଂ.(ଓଡି୧୨ଏ ୩୪୩୪) ଡାଲାରେ ପଲିଥିନ୍‌ ପକାଇ ଯାଉଥିଲା। ପୋଲିସକୁ ଦେଖି ଡ୍ରାଇଭର କ.ନୂଆଗାଁ ଆଡ଼କୁ ଦୃତ ଗତିରେ ପଳାଇବାକୁ ଚେଷ୍ଟା କରିଥିଲେ। ଏ ନେଇ ଟ୍ରାକ୍ଟରେ କିଛି ଥିବା ପୋଲିସ ସନ୍ଦେହ କରିଥିଲା। ପରେ ପୋଲିସ ଟ୍ରାକ୍ଟର ପିଛା କରି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟ ଜଙ୍ଗଲ ରାସ୍ତାରେ ଜବତ କରିଥିଲା । ଟ୍ରାକ୍ଟରରୁ ୧୫ଟି ଗଞ୍ଜେଇ ବସ୍ତା ଯାହାକି ୩ କ୍ୱିଣ୍ଟାଲ ୮୩ କେଜି ୫୫୦ ଗ୍ରାମ ହେବ।