୨୦୮ କୋଟି ଟଙ୍କା ଲଟେରି ଜିତିଲେ ଜଣେ ବ୍ୟକ୍ତି: କୋର୍ଟ କହିଲେ, ପୂର୍ବତନ ସ୍ତ୍ରୀଙ୍କୁ ୫୦ପ୍ରତିଶତ ଦିଅ

ନ୍ୟୁୟର୍କ, ୨୩।୬: ଆମେରିକାର ମିଶିଗାନରେ ଜଣେ ବ୍ୟକ୍ତି ୨୦୮ କୋଟି ଟଙ୍କା ଲଟେରି ଜିତିଛନ୍ତି। ରିଚ୍‌ ଜ୍ୟାଲୋସ୍କୋ ନାମକ ଏହି ବ୍ୟକ୍ତି ଜଣଙ୍କ ଖୁସିରେ ଆତ୍ମହରା ଥିବାବେଳେ କୋର୍ଟ ତାଙ୍କ ଖୁସିରେ ପାଣି ପକାଇଦେଇଛନ୍ତି। ଜିତିଥିବା ରାଶିର ଅଧା ଅଂଶକୁ ରିଚ୍‌ ତାଙ୍କ ପୂର୍ବତନ ସ୍ତ୍ରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ରିଚ୍‌ ଏବଂ ତାଙ୍କ ସ୍ତ୍ରୀ ୨୦୧୧ ମସିହାରୁ ଅଲଗା ରହୁଛନ୍ତି। ସେବେଠାରୁ ସେ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ୨୦୧୩ରେ ରିଚ୍‌ ଲଟେରି ଟିକେଟ କିଣିଥିଲେ। ସେତେବେଳକୁ ଉଭୟଙ୍କ ଛାଡପତ୍ର ହୋଇ ନ ଥିଲା। ତେଣୁ ଏବେ ଲଟେରି ଜିତିବା ପରେ ରିଚ୍‌ ଅଧା ଅଂଶ ସ୍ତ୍ରୀଙ୍କୁ ଦେବା ଆଇନ କହୁଛି ବୋଲି ଓକିଲ ଜନ୍‌ ମିଲ୍ସ କହିଛନ୍ତି।

Share