୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଯୋଡ଼ି ହେବେ ୨ ଶହ କୋଟି: ଭାରତ ଛୁଇଁବ ୧୬୭ କୋଟି

ଜେନେଭା,୧୫।୧୨: ପୃଥିବୀର ଜନସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ପୃଥିବୀ ଜନସଂଖ୍ୟାରେ ଅଧିକ ୨ କୋଟି ଯୋଡ଼ି ହେବେ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ‘ ଦ ଓ୍ବାଲ୍ଡ ପପୁଲେଶନ ପ୍ରସପେକ୍ଟସ୍‌-୨୦୧୯’ ରିପୋର୍ଟରେ ଏହା ସୂଚିତ ହୋଇଛି। ୨୦୧୯ ଡିସେମ୍ବର ସୁଦ୍ଧା ପୃଥିବୀର ଜନ ସଂଖ୍ୟା ୭୮୦ କୋଟି ରହିଥିବାବେଳେ ୨୦୫୦ ବେଳକୁ ଏହା ୯୭୦ କୋଟିରେ ପହଞ୍ଚିବ। ଏବେ ଭାରତର ଜନସଂଖ୍ୟା ୧୩୭ କୋଟି ପାଖାପାଖି ରହିଛି। ଆଉ ୩୦ ବର୍ଷ ମଧ୍ୟରେ ୨୭ କୋଟି ୩୦ ଲକ୍ଷ ଜନ ସଂଖ୍ୟା ଏଥିରେ ଯୋଡ଼ି ହେବେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଶିଶୁ ଜନ୍ମ ସଂଖ୍ୟା କମ୍‌ ହୋଇଛି। ଏବେ ପ୍ରତି ମହିଳା ହାରାହାରି ୨.୫ ପ୍ରତିଶତ ଶିଶୁ ଜନ୍ମ ଦେଉଛନ୍ତି। ୨୧୦୦ ବେଳକୁ ଏହା ୧.୯ ପ୍ରତିଶତରେ ପହଞ୍ଚିବ। ତେବେ ଏହି ସମୟରେ ତାଞ୍ଜାନିଆ, କଙ୍ଗୋ, ଇଥୋପିଆ, ନାଇଜେରିଆ ଆଦି ଆଫ୍ରିକାର ୧୦ଟି ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି।

Share