Categories: ଫୁରସତ

୨୦୫୦ ବେଳକୁ ଏମିତି ଦେଖାଯାଉଥିବେ ଭାରତୀୟ ଖେଳାଳି

ସୋସିଆଲ ମିଡିଆରେ ଆଜିକାଲି ବୃଦ୍ଧା ହେବାର ଏକ ନୂଆ ଟ୍ରେଣ୍ଡ ଚାଲିଛି। ‘ଫେସ୍‌ ଆପ୍‌’ ନାମକ ଏକ ଆପ୍‌ ବ୍ୟବହାର କରି ସେଲିବ୍ରିଟିମାନେ ବୃଦ୍ଧାବସ୍ଥାରେ କେମିତି ଦେଖାଯାଉଥିବେ ତାହା ଆକଳନ କରୁଛନ୍ତି। ନିକଟରେ ଅଭିନେତ୍ରୀ ସୋନମ କପୁର, ମଲାଇକା ଆରୋରା ଏବଂ ଅର୍ଜୁନ କପୁର ୨୦୫୦ କେମିତି ଦେଖାଯାଉଥିବେ, ତାହାର ଏକ ଫଟୋ ଶେୟାର କରିଥିଲେ। ଏଥିରେ ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି। ଫ୍ୟାନ୍‌ମାନେ ଫେସ୍‌ ଆପ୍‌ ବ୍ୟବହାର କରି ଭାରତୀୟ ଖେଳାଳି ବୃଦ୍ଧାବସ୍ଥାରେ କେମିତି ଦେଖାଯିବେ ତାହା ଅନୁମାନ କରିଛନ୍ତି। ସୋସିଆଲ ମିଡିଆରେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି, ରୋହିତ ଶର୍ମା ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ରବୀନ୍ଦ୍ର ଜାଡେଜାଙ୍କ ବୃଦ୍ଧାବେଳର ଫଟୋଗୁଡିକ ଭାଇରାଲ ହୋଇଛି।

Share