୨୦୪୩ ଦାଦନ ଶ୍ରମିକ ହୋମ୍‌ କ୍ୱାରାଣ୍ଟାଇନ୍‌ରେ

ବଲାଙ୍ଗୀର ଅଫିସ,୨୬ା୩: ବଲାଙ୍ଗୀର ଭଳି ଦାଦନ ପ୍ରବଣ ଜିଲାର ବିଭିନ୍ନ ଗଁ।ରୁ ପ୍ରତିବର୍ଷ ହଜାର ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଜୀବିକା ଅନ୍ବେଷଣରେ ଯାଇଥାନ୍ତି। ଜିଲା ଶ୍ରମ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜିଲାରୁ ଚଳିତବର୍ଷ ପ୍ରାୟ ୨୩ ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ କରିବା ପାଇଁ ପଞ୍ଜୀକୃତ ହୋଇଥିଲେ। ପ୍ରାୟ ୩ଶହ ଦାଦନ ସର୍ଦ୍ଦାର ବା ଶ୍ରମ ଠିକାଦାରଙ୍କ ଜରିଆରେ ଏହି ୨୩ ହଜାର ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟକୁ କାମ କରିବା ପାଇଁ ଯାଇଛନ୍ତି। କରୋନା ସଂକ୍ରମଣ ଭୟ ଓ ଆତଙ୍କ ପରେ ବିଭିନ୍ନ ରାଜ୍ୟରୁ ଦାଦନ ଶ୍ରମିକମାନେ ନିଜ ନିଜ ଗଁ।କୁ ଫେରି ଆସିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟ ବାହାରୁ ବଲାଙ୍ଗୀର ଜିଲାକୁ ୨୦୪୩ ଜଣ ଦାଦନ ଶ୍ରମିକ ଫେରିଛନ୍ତି। ସେମାନଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଜିଲାର କୌଣସି ଜଣେ ବି ଦାଦନ ଶ୍ରମିକ ବା ବ୍ୟକ୍ତି ଏଯାଏଁ କରୋନା ସଂକ୍ରମିିତ ହୋଇଥିବା ଚିହ୍ନଟ ହୋଇନାହାନ୍ତି। ତଥାପି ପ୍ରତିଷେଧକ ବ୍ୟବସ୍ଥା ଅବଲମ୍ବନ କରାଯାଇ ସମସ୍ତ ୨୦୪୩ ଦାଦନ ଶ୍ରମିକଙ୍କୁ ହୋମ କ୍ୱାରାଣ୍ଟାଇନ୍‌ ବା ହୋମ ଆଇସୋଲେଶନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଦିଗରେ ଜିଲା ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି। ପଞ୍ଚାୟତ ସ୍ତରରେ ବିଭିନ୍ନ ଗଁ।ରେ ଆଶା, ଅଙ୍ଗନୱାଡି ଓ ଏଏନ୍‌ଏମ୍‌ଙ୍କ ଜରିଆରେ ଏହି ରାଜ୍ୟ ବାହାରୁ ଆସିଥିବା ଦାଦନ ଶ୍ରମିକଙ୍କୁ ପଞ୍ଜୀକରଣ କରାଯାଇଛି। କରୋନା ସଂକ୍ରମଣକୁ ନେଇ ଜିଲାରେ ବ୍ୟାପକ ସଚେତନତା ଅବଲମ୍ବନ କରାଯାଉଥିବା ଓ ଏଥିରେ ସମସ୍ତ ବ୍ୟକ୍ତି ସହଯୋଗ କରିବାକୁ ଜିଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି। କାଶ, ସର୍ଦ୍ଦ, ଜ୍ୱର ଲକ୍ଷଣ ଥିବା ବ୍ୟକ୍ତିମାନେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର, ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ତଥାପି ରାଜ୍ୟ ବାହାରୁ ଫେରିଥିବା ଦାଦନ ଶ୍ରମିକଙ୍କୁ ନେଇ ଗ୍ରାମାଞ୍ଚଳସ୍ତରରେ ଭୟ ଓ ଆତଙ୍କ ରହିଛି। କୌଣସି ବ୍ୟକ୍ତିଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନ ଥିଲେ ମଧ୍ୟ କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱସ୍ତରୀୟ ତଥ୍ୟ ଶୁଣିଦେଇ ଅନେକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବିଭିନ୍ନ ଗଁ।ରେ ଦାଦନ ଶ୍ରମିକଙ୍କ ପ୍ରବେଶକୁ ନେଇ ଯେଉଁ ଅସୁବିଧା ଲାଗି ରହିଥିଲା ତାକୁ ଦୂର କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।