୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା ଅନୁସନ୍ଧାନ ପାଇଁ ଏକ ପ୍ଲାଟ୍‌ଫର୍ମ ସୃଷ୍ଟି କରିବା ପାଇଁ ‘ତୃତୀୟ ପୂର୍ବାଞ୍ଚଳ ଶକ୍ତି ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି। ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ. ବି. ପାଣି ସ୍ବାଗତ ଅଭିଭାଷଣ ଦେଇ କହିଥିଲେ, ଶିଳ୍ପ ଅଭିବୃଦ୍ଧି, ଅର୍ଥନୈତିକ ବିକାଶ ଏବଂ ଆମ ଦେଶର ସାମଗ୍ରିକ ସମୃଦ୍ଧତା ପାଇଁ ଶକ୍ତି ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଚଳିତ ବର୍ଷ ୨୫୦ଜିଡବ୍ଲ୍ୟୁର ସର୍ବୋଚ୍ଚ ଚାହିଦା ୨୦୩୧-୩୨ସୁଦ୍ଧା ୩୮୪ଜିଡବ୍ଲ୍ୟୁରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି। ଏହା ଆନୁମାନିକ ଚାହିଦାକୁ ସମର୍ଥନ କରିବା ପାଇଁ ୨୦୩୧-୩୨ ସୁଦ୍ଧା ଭାରତ ୯୦୦ଜିଡବ୍ଲ୍ୟୁର ସ୍ଥାପିତ କ୍ଷମତା ଆବଶ୍ୟକ କରିବ, ଯାହା ୨୦୩୦ ସୁଦ୍ଧା ୫୦୦ଜିଡବ୍ଲ୍ୟୁ ସ୍ଥାପିତ ନବୀକରଣ ଯୋଗ୍ୟ ଶକ୍ତି କ୍ଷମତା ହାସଲ କରିବାର ମୂଳ ଲକ୍ଷ୍ୟ ଆବଶ୍ୟକ କରିବ। ପୂର୍ବ ଭାରତର ଶିଳ୍ପଗୁଡ଼ିକ ସେମାନଙ୍କର ବିବିଧ ଏବଂ ଗତିଶୀଳ ପ୍ରକୃତି ସହିତ ଏହି ପରିବର୍ତ୍ତନର ଅଗ୍ରଭାଗରେ ରହିଛି। ତେବେ ଭାରତରେ ଶିଳ୍ପ ଅଭିବୃଦ୍ଧିର ମାତ୍ରା ଏବଂ ପରିସର ଆଗାମୀ ଦଶନ୍ଧିରେ ଅନ୍ୟ ଦେଶ ତୁଳନାରେ ଶକ୍ତି ଚାହିଦା ସ୍ଥିର କରିବ। ଅତିଥି ଭାବେ ଯୋଗଦେଇ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଡ. ମଳୟ କୁମାର ପ୍ରଧାନ କହିଥିଲେ କୋଇଲାକୁ ବିଭିନ୍ନ କଳ କାରଖାନା ଓ ବଏଲର ପ୍ଲାଣ୍ଟରେ ଶକ୍ତିର ମୁଖ୍ୟ ଉସତ୍ ଭାବେ ବ୍ୟବହାର କରାଯାଉଛି। ଏହାଦ୍ୱାରା ପ୍ରଦୂଷଣ ମାତ୍ରା ବଢିବା ସହ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ଆମେ ବିକଶିତ ଭାରତ କଥା ଚିନ୍ତା କରୁଛୁ,ସେହି ସମୟରେ ଆମକୁ ଶକ୍ତି ବୃଦ୍ଧିର ଆବଶ୍ୟକତା ଥିବା ବେଳେ ପ୍ରଦୂଷଣ ମାତ୍ରା ନେଟ୍‌ ଜିରୋ କରିବାର ଆବଶ୍ୟକତା ରହିଛି। ସାରା ବିଶ୍ୱରେ ୧୩ ମିଲିୟନ ଜନସାଧାରଣ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ବିଶ୍ୱର ୯୯% ଲୋକ ଏହା ସଂସ୍ପର୍ଶରେ ଆସୁଛନ୍ତି। ସେଥିରେ ୮ଟ୍ରିଲିୟନ ଡଲାର ହେଲ୍‌ଥ ହାଜାର୍ଡ ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେଉଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଧ୍ୟାନ ଦେବା ଆବଶ୍ୟକ ରହିଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ଇଞ୍ଜିନିୟର ରବିନାରାୟଣ ପୃଷ୍ଟି କହିଥିଲେ, ଏନର୍ଜି ସେକ୍ଟରରେ ଇଲେକ୍ଟିକ୍‌ ଜେନେରେଶନ ମୁଖ୍ୟ ଭୂମିକା ଗ୍ରହଣ କରିଛି। କୋଇଲା ଜଳିବା ନିହାତି ଜରୁରି ଥିଲାବେଳେ ଏହାଦ୍ୱାରା ବାୟୁ ପ୍ରଦୂଷଣ ତଥା ଫ୍ଲାଇଆଶ୍‌ ଉପତ୍ାଦନର ମାତ୍ରା ଅଧିକ ହେବ। ତେଣୁ ଏହି ବାୟୁ ପ୍ରଦୂଷଣକୁ ସୀମା ମଧ୍ୟରେ ରଖିବା ଏବଂ ଫ୍ଲାଇଆଶ୍‌କୁ ମ୍ୟାନେଜ୍‌ କରିବା ନିମନ୍ତେ ଫ୍ଲାଇଆଶ୍‌ ନୋଟିଫିକେଶନ୍‌ର ନିୟମ ଅନୁଯାୟୀ କିପରି ବିସ୍ଥାପନ କରାଯିବ ସେ ନେଇ ଯଥେଷ୍ଟ ଧ୍ୟାନଦେବା ଉଚିତ। ଯଦିଓ ଓଡ଼ିଶାର କେତୋଟି ସୀମିତ ଜିଲାରେ କୋଇଲା ଉପଲବ୍ଧ ଅଛି, ସେହି ଜାଗାରେ ପ୍ରଦୂଷଣ ବଢ଼ିବା ଆଶଙ୍କା ରହିଛି। ପାୱାର ପ୍ଲାଣ୍ଟଜନିତ ପ୍ରଦୂଷଣ ଏବଂ ୱେଷ୍ଟ ମ୍ୟାନେଜ୍‌ମେଣ୍ଟ ବାବଦରେ ସରକାରଙ୍କ ଅନେକ ନିୟମାବଳୀ ରହିଥିଲେ ମଧ୍ୟ ଆଗାମୀ ଦିନରେ ଆସିବାକୁ ଥିବା ନିୟମାବଳୀ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ।
ଅନ୍ୟ ଅତିଥି ଭାବେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଉପଦେଷ୍ଟା ବିଭୁ ମିଶ୍ର ଓ ଏସାର ପାୱାର ସିଇଓ କୁଶ୍‌ ସିଂହ, ସେଲ୍‌ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା, ସିଏସିଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ଡ.ରାମାନୁଜ ନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ। ଆଇସିସି ଓଡ଼ିଆ ରାଜ୍ୟ ପରିଷଦର ବରିଷ୍ଠ ସଦସ୍ୟ ବିଭୁପ୍ରସାଦ ମିଶ୍ର ଧନ୍ୟବାଦ ଅଭିଭାଷଣ ଦେଇଥିବା ବେଳେ ଆଇସିସିର ଆଞ୍ଚଳିକ ନିର୍ଦ୍ଦେଶକ ଜେ. ପି. ପାଲ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଥିଲା। ୨୦୭୦ ସୁଦ୍ଧା ନିଟ୍‌ ଶୂନ ନିର୍ଗମନ ହାସଲ କରିବା ପାଇଁ ଭାରତର ଘୋଷିତ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଶିଳ୍ପ, ବିଦ୍ୟୁତ୍‌ ଉପତ୍ାଦନ କରୁଥିବା ଶିଳ୍ପକୁ ସ୍ଥିରତା, ନିମ୍ନ ଅଙ୍ଗାରକାମ୍ଳ ଏବଂ ଅକ୍ଷୟ ଶକ୍ତି ଉସତ୍କୁ ପରିବର୍ତ୍ତନ କରିବାକୁ ଶକ୍ତି ମିଶ୍ରଣକୁ ବିବିଧ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri