୨୦୩୦ ସୁଦ୍ଧା ନିର୍ମାଣ ହେବ ହାଇପରସୋନିକ୍‌ ବିମାନ: ୪ ଘଣ୍ଟାରେ ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି କରିବ ଅତିକ୍ରମ

ଲଣ୍ଡନ,୨।୧୧: ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି ଅତିକ୍ରମ କରିବାକୁ ବିମାନକୁ ୨୨ରୁ ୨୫ ଘଣ୍ଟା ଲାଗିଥାଏ। ତେବେ ବ୍ରିଟେନ୍‌ ପକ୍ଷରୁ ହାଇପରସୋନିକ୍‌ ବିମାନ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ଏହି ବିମାନର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି। ଏହି ବିମାନ ମାତ୍ର ୪ ଘଣ୍ଟାରେ ଏହି ଦୂରତା ଅତିକ୍ରମ କରିବାକୁ ସକ୍ଷମ ହେବ। ଏଥିରେ ଏୟାର ବ୍ରୋଥିଙ୍ଗ୍‌ ରକେଟ୍‌ ଇଞ୍ଜିନ ଲଗାଯିବ। ଏହା ଶବ୍ଦର ଗତିଠାରୁ ୫ ଗୁଣା ଅଧିକ ବେଗରେ ଯାତ୍ରା କରିବାକୁ ସକ୍ଷମ ହେବ ବୋଲି ବୈଜ୍ଞାନିକ ସୂଚନା ଦେଇଛନ୍ତି। ଏଭଳି ବିମାନ ନିର୍ମାଣ ନେଇ ବ୍ରିଟେନ୍‌ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବୁଝାମଣା ହୋଇଛି। ଏହି ବୁଝାମଣାକୁ ଓ୍ବାଲର୍‌ଡ ଫାଷ୍ଟ୍‌ ସ୍ପେସ୍‌ ବ୍ରିଜ୍‌ ଭାବରେ ନାମିତ କରାଯାଇଛି। ଏନେଇ ଗବେଷଣା ଆରମ୍ଭ ହୋଇଥିବା ବ୍ରିଟିଶ୍‌ ସ୍ପେସ୍‌ ଏଜେନ୍ସି ମୁଖ୍ୟ ଗ୍ରାହାମ୍‌ ଟର୍ନାକ୍‌ ସୂଚନା ଦେଇଛନ୍ତି। ତେବେ ବିମାନ ନିର୍ମାଣ ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିବ ବୋଲି ସେ କହିଛନ୍ତି।

Share