୨୦୨୬ ସୁଦ୍ଧା ଭାରତ ହୋଇପାରେ ୪ର୍ଥ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୦-୧୨: ୨୦୨୬ ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ୱର ୪ର୍ଥ ଅର୍ଥ ବ୍ୟବସ୍ଥା ହୋଇପାରେ। ସେହିଭଳି ୨୦୩୪ ସୁଦ୍ଧା ଏହା ଜାପାନକୁ ଟପି ଭାରତ ବିଶ୍ୱର ୩ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବାର ସମ୍ଭାବନା ରହିଥିବା ଇଂଲଣ୍ଡ ଭିତ୍ତିକ ସେଣ୍ଟର ଫର ଇକୋନୋମିକ ଆଣ୍ଡ ବିଜନେସ ରିସର୍ଚ୍ଚ (ସିଇବିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୪ରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ ହେବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମାତ୍ର ଏହି ଲକ୍ଷ୍ୟକୁ ହାସଲ କରିବାକୁ ଭାରତକୁ ୨୦୨୬ ଯାଏ ଅପେକ୍ଷା କରିବାକୁ ପଡିବ ବୋଲି ସିଇବିଆର ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଭାରତ ଫ୍ରାନ୍ସ ଏବଂ ୟୁକେକୁ ଟପିବା ସହ ବିଶ୍ୱର ୫ମ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବାକୁ ସକ୍ଷମ ହୋଇଥିଲା। ୨୦୨୬ରେ ଜର୍ମାନୀ ଏବଂ ୨୦୩୪ରେ ଜାପାନକୁ ଭାରତ ଟପିବ ବୋଲି ସିଇଆର୍‌ବି ଏହାର ଓ୍ବାର୍ଲଡ ଇକୋନୋମିକ ଲିଗ୍‌ ଟେବଲ-୨୦୨୦ ରିପୋର୍ଟରେ ପ୍ରକାଶ କରିଛି। ବିଶ୍ୱର ୩ୟ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବା ଲାଗି ଆଗାମୀ ୧୫ ବର୍ଷରେ ଜାପାନ, ଜର୍ମାନୀ ଏବଂ ଭାରତ ମଧ୍ୟରେ କଡା ପ୍ରତିଯୋଗିତା ହେବା ନେଇ ରିପୋର୍ଟରେ କୁହାଯାଇଛି।
୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଲାଗି ଭାରତ ସରକାର ଧାର୍ଯ୍ୟ କରିବାକୁ ସମୟକୁ ନେଇ ସିଇଆର୍‌ବି ଆଶାଙ୍କା ପ୍ରକଟ କରିଛି। ଏହି ଲକ୍ଷ୍ୟକୁ ନେଇ ନିକଟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଭାରତ ଯେଉଁ ହାରରେ ବର୍ତ୍ତମାନ ବିକାଶ କରୁଛି ୨୦୨୪-୨୫ ବେଳକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ନେଇ ସନ୍ଦିହାନ ଥିବା ରଙ୍ଗରାଜନ ନିକଟରେ କହିଥିଲେ। ମନ୍ଥର ଅଭିବୃଦ୍ଧି ଭାରତର ଅର୍ଥନୈତିକ ସଂସ୍କାର ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଭାରତ ଏବଂ ଇଣ୍ଡୋନେସିଆ ଭଳି ଦେଶ ଏବେ ଅଗ୍ରଗତି କରୁଥିବା ବେଳେ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା କୁହାଯାଉଥିବା ଆମେରିକା ଏବଂ ଚାଇନା ଭଳି ଦେଶଗୁଡିକ ସାମ୍ନାରେ କିଭଳି ନିଜକୁ ଉପସ୍ଥାପନ କରିବେ ତାହା ଦେଖିବାକୁ ହେବ ବୋଲି ସିଇବିଆର୍‌ର ବରିଷ୍ଠ ଅର୍ଥନୀତିଜ୍ଞ ପାବଲୋ ଶାହା କହିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ସାମିଲ ରହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଏହାର ବିକାଶ ହାର ୪.୫%କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri