୨୦୨୬ ସୁଦ୍ଧା ଭାରତ ହୋଇପାରେ ୪ର୍ଥ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୦-୧୨: ୨୦୨୬ ସୁଦ୍ଧା ଭାରତ ଜର୍ମାନୀକୁ ଟପି ବିଶ୍ୱର ୪ର୍ଥ ଅର୍ଥ ବ୍ୟବସ୍ଥା ହୋଇପାରେ। ସେହିଭଳି ୨୦୩୪ ସୁଦ୍ଧା ଏହା ଜାପାନକୁ ଟପି ଭାରତ ବିଶ୍ୱର ୩ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବାର ସମ୍ଭାବନା ରହିଥିବା ଇଂଲଣ୍ଡ ଭିତ୍ତିକ ସେଣ୍ଟର ଫର ଇକୋନୋମିକ ଆଣ୍ଡ ବିଜନେସ ରିସର୍ଚ୍ଚ (ସିଇବିଆର୍‌) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୪ରେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ରୂପାନ୍ତରିତ ହେବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମାତ୍ର ଏହି ଲକ୍ଷ୍ୟକୁ ହାସଲ କରିବାକୁ ଭାରତକୁ ୨୦୨୬ ଯାଏ ଅପେକ୍ଷା କରିବାକୁ ପଡିବ ବୋଲି ସିଇବିଆର ରିପୋର୍ଟରେ କୁହାଯାଇଛି। ୨୦୧୯ରେ ଭାରତ ଫ୍ରାନ୍ସ ଏବଂ ୟୁକେକୁ ଟପିବା ସହ ବିଶ୍ୱର ୫ମ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବାକୁ ସକ୍ଷମ ହୋଇଥିଲା। ୨୦୨୬ରେ ଜର୍ମାନୀ ଏବଂ ୨୦୩୪ରେ ଜାପାନକୁ ଭାରତ ଟପିବ ବୋଲି ସିଇଆର୍‌ବି ଏହାର ଓ୍ବାର୍ଲଡ ଇକୋନୋମିକ ଲିଗ୍‌ ଟେବଲ-୨୦୨୦ ରିପୋର୍ଟରେ ପ୍ରକାଶ କରିଛି। ବିଶ୍ୱର ୩ୟ ବୃହତ୍ତ ଅର୍ଥ ବ୍ୟବସ୍ଥା ହେବା ଲାଗି ଆଗାମୀ ୧୫ ବର୍ଷରେ ଜାପାନ, ଜର୍ମାନୀ ଏବଂ ଭାରତ ମଧ୍ୟରେ କଡା ପ୍ରତିଯୋଗିତା ହେବା ନେଇ ରିପୋର୍ଟରେ କୁହାଯାଇଛି।
୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଲାଗି ଭାରତ ସରକାର ଧାର୍ଯ୍ୟ କରିବାକୁ ସମୟକୁ ନେଇ ସିଇଆର୍‌ବି ଆଶାଙ୍କା ପ୍ରକଟ କରିଛି। ଏହି ଲକ୍ଷ୍ୟକୁ ନେଇ ନିକଟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ସି.ରଙ୍ଗରାଜନ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଭାରତ ଯେଉଁ ହାରରେ ବର୍ତ୍ତମାନ ବିକାଶ କରୁଛି ୨୦୨୪-୨୫ ବେଳକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ନେଇ ସନ୍ଦିହାନ ଥିବା ରଙ୍ଗରାଜନ ନିକଟରେ କହିଥିଲେ। ମନ୍ଥର ଅଭିବୃଦ୍ଧି ଭାରତର ଅର୍ଥନୈତିକ ସଂସ୍କାର ଉପରେ ପ୍ରଭାବ ପକାଇବ ବୋଲି କୁହାଯାଉଛି। ଭାରତ ଏବଂ ଇଣ୍ଡୋନେସିଆ ଭଳି ଦେଶ ଏବେ ଅଗ୍ରଗତି କରୁଥିବା ବେଳେ ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥା କୁହାଯାଉଥିବା ଆମେରିକା ଏବଂ ଚାଇନା ଭଳି ଦେଶଗୁଡିକ ସାମ୍ନାରେ କିଭଳି ନିଜକୁ ଉପସ୍ଥାପନ କରିବେ ତାହା ଦେଖିବାକୁ ହେବ ବୋଲି ସିଇବିଆର୍‌ର ବରିଷ୍ଠ ଅର୍ଥନୀତିଜ୍ଞ ପାବଲୋ ଶାହା କହିଛନ୍ତି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ମଧ୍ୟରେ ସାମିଲ ରହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଏହାର ବିକାଶ ହାର ୪.୫%କୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri