Categories: ଜାତୀୟ

୨୦୨୪ ସୁଦ୍ଧା ନିର୍ମାଣ ହେବ ଶହେ ବିମାନ ବନ୍ଦର: ଡ୍ରୋନ୍‌ରେ କରାଯିବ ସାମଗ୍ରୀ ଡେଲିଭରି

ନୂଆଦିଲ୍ଲୀ,୩୧।୧୦: ଆସନ୍ତା ୫ ବର୍ଷ ମଧ୍ୟରେ ୨୦୧୪ ସୁଦ୍ଧା ଦେଶରେ ଶହେଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଏନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ବିମାନ ବନ୍ଦର ନିର୍ମାଣ ସହିତ ଏକ ହଜାରଟି ନୂଆ ରୁଟ୍‌ରେ ବିମାନ ଉଡ଼ାଣ ଆରମ୍ଭ ହେବାର ଯୋଜନା ମଧ୍ୟ ରହିଛି। ସରକାର ଭାରତକୁ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ୍‌ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକ ଭିତ୍ତିଭୂମି ବିକାଶ ମଧ୍ୟ କରାଯିବ ବୋଲି କୁହାଯାଉଛି। ନୂଆ ବିମାନ ବନ୍ଦର ନିର୍ମାଣ ଦ୍ୱାରା ୨୦୩୫ ସୁଦ୍ଧା ଦେଶର କମର୍ସିଆଲ୍‌ ବିମାନ ବନ୍ଦର ସଂଖ୍ୟା ୪୫୦କୁ ବୃଦ୍ଧି ପାଇବ। ସେହିପରି ଦେଶରେ ଡ୍ରୋନ୍‌ କରିଡର ନିର୍ମାଣ ୨୦୨୧ ସୁଦ୍ଧା ସମ୍ପନ୍ନ ହେବାର ଆଶା ରହିଛି। ଏହାଦ୍ୱାରା ୨୦୨୩ ବେଳକୁ ଡ୍ରୋନ୍‌ରେ ବିଭିନ୍ନ ସାମଗ୍ରୀ ଡେଲିଭରି କାର୍ଯ୍ୟ ହୋଇପାରିବ ବୋଲି କୁହାଯାଉଛି।

Share