Categories: ଜାତୀୟ

୨୦୨୩ରେ ଇସ୍ରୋ ଆରମ୍ଭ କରିବ ଶୁକ୍ର ମିଶନ

ନୂଆଦିଲ୍ଲୀ,୧୮।୫: ଇସ୍ରୋ ପକ୍ଷରୁ ୨୦୨୩ରେ ଶୁକ୍ର ମିଶନ ଆରମ୍ଭ କରାଯିବାର ଯୋଜନା କରାଯାଇଛି। ଶୁକ୍ରକୁ ଯାଉଥିବା ସ୍ପେସ୍‌କ୍ରାଫ୍ଟରେ ୨୦ରୁ ଅଧିକ ଉପକରଣର ଉପଯୋଗ କରାଯିବ ବୋଲି କୁହାଯାଉଛି। ଏହା ପୂର୍ବରୁ ୨୦୨୦ରେ କସମିକ୍‌ ରେଡିଏଶନ୍‌ ସମ୍ପର୍କରେ ଅଧ୍ୟୟନ ପାଇଁ ମହାକାଶକୁ ଇସ୍ରୋ ପକ୍ଷରୁ ଯାନ ପ୍ରେରଣ କରାଯିବ। ସେହିପରି ୨୦୨୧ରେ ସୂର୍ଯ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆଦିତ୍ୟ ଏଳ୍‌-୧, ୨୦୨୨ରେ ମାର୍ସ ଆର୍ବିଟର-୨ ପ୍ରେରଣ କରାଯିବ। ୨୦୨୪ରେ ଚନ୍ଦ୍ରାୟନ-୩ ଏବଂ ୨୦୨୮ରେ ସୌରମଣ୍ଡଳର ଅଧ୍ୟୟନ ପାଇଁ ଇସ୍ରୋ ମହାକାଶ ଯାନ ପ୍ରେରଣ କରିବାର ଯୋଜନା ପ୍ରସ୍ତୁତ କରିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୨ ପ୍ରେରଣ କରାଯିବା ଲାଗି ଯୋଜନା କରାଯାଇଛି।

Share