ଭୁବନେଶ୍ୱର, ୨୧।୧(ବ୍ୟୁରୋ): କୃଷକଙ୍କୁ ଯଥା ସମୟରେ ଉପଯୁକ୍ତ ଦରରେ ସାର ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଳଚେରରେ ଏକ ସାର କାରଖାନା ଆରମ୍ଭ ହେବାକୁ ଯାଉଛି। ତାଳଚେର ଫର୍ଟିଲାଇଜର ଲିମିଟେଡ୍ (ଟିଏଫ୍ଏଲ୍)ର କୋଇଲା ଗ୍ୟାସିଫିକେଶନ ଭିତ୍ତିକ ୟୁରିଆ ସାର କାରଖାନା ହେଉଛି ସମଗ୍ର ଦେଶରେ ଏ ଧରଣର ପ୍ରଥମ ପ୍ରକଳ୍ପ। ଏହାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୧.୨୭ ମିଲିୟନ ଟନ୍ ନିମ ଆସ୍ତରଣଯୁକ୍ତ ୟୁରିଆ ସାର। ସ୍ଥାନୀୟ କୋଇଲା ଓ ପେଟକୋକର ସୁଷମ ମିଶ୍ରଣ ହିଁ ଏହାର କଞ୍ଚାମାଲ ହେବ। ୨୦୨୩ ସୁଦ୍ଧା ଏହି କାରଖାନାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରିବାର ପ୍ରସ୍ତାବ ରହିଛି। ଏହା ଫଳରେ ଓଡ଼ିଶା ସମେତ ଏହାର ସମସ୍ତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ୟୁରିଆ ସାର ଯୋଗାଣ ସୁଗମ ଓ ସହଜଲବ୍ଧ ହେବ ବୋଲି ସାର ବିଭାଗ ସଚିବ ଛବିଳେନ୍ଦ୍ର ରାଉଳ କହିଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରି କହିଛନ୍ତି, କୋଇଲା ଗ୍ୟାସିଫିକେଶନ ଆଧାରିତ ଯେଉଁ ଆମୋନିଆ-ୟୁରିଆ ପ୍ରକଳ୍ପ ତାଳଚେରଠାରେ ଗଢ଼ି ଉଠୁଛି, ତା’ର ଦୈନିକ ଧାର୍ଯ୍ୟ ଉତ୍ପାଦନ କ୍ଷମତା ହେଉଛି ୨୨୦୦ ମେଟ୍ରିକ୍ ଟନ୍ ଆମୋନିଆ ଏବଂ ୩୮୫୦ ମେଟ୍ରିକ୍ ଟନ୍ର ୟୁରିଆ। ଆମୋନିଆ-ୟୁରିଆ ବ୍ୟତୀତ ଏହି କାରଖାନାରୁ ଦୈନିକ ୧୦୦ ମେଟ୍ରିକ୍ ଟନ୍ ବିକ୍ରିଯୋଗ୍ୟ ସଲ୍ଫର୍ ଏକ ଅତିରିକ୍ତ ଉତ୍ପାଦନ ଭାବରେ ମଧ୍ୟ ଉତ୍ପନ୍ନ ହେବ। ତାଳଚେରଠାରେ ପ୍ରସ୍ତାବିତ କୋଇଲା ଗ୍ୟାସିଫିକେଶନ ପ୍ରଣାଳୀରେ ମାମୁଲି ପରିମାଣର ସଲ୍ଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ ଅକ୍ସାଇଡ୍ ଓ ମୁକ୍ତ କଣିକା ସମୂହ ନିର୍ଗତ ହେବ, ଯାହା ସିଧାସଳଖ କୋଇଲା ଜ୍ୱଳନ ପ୍ରଣାଳୀ ତୁଳନାରେ ଯଥେଷ୍ଟ କମ୍ ରହିବ। ଏହାଛଡ଼ା କାର୍ବନ ଡାଇଅକ୍ସାଇଡ୍ ଆଂଶିକ ଭାବରେ ମଧ୍ୟ କୋଇଲାରୁ ଉତ୍ପାଦିତ ହେଉଥିବା ଅନ୍ୟ ଏକ ଗ୍ୟାସ। ଏକ ସ୍ବତନ୍ତ୍ର ନିବୁଜ ପ୍ରଣାଳୀରେ ଏହି ଗ୍ୟାସକୁ ସଂଗ୍ରହ କରାଯାଇ ୟୁରିଆ ସାର ଉତ୍ପାଦନରେ ବ୍ୟବହାର ପାଇଁ ରଖାଯିବ।
ଏହି କାରଖାନା ଦୈନିକ ୨.୩୮ ମିଲିୟନ କ୍ୟୁବିକ୍ ମିଟର ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ କରିବ, ଯାହାଫଳରେ ଏଲ୍ପିଜି ଆମଦାନୀ ଖର୍ଚ୍ଚକୁ ବହୁଳ ଭାବରେ ହ୍ରାସ କରିବାରେ ମଧ୍ୟ ସହାୟକ ହେବ। କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କ ଜୀବନଶୈଳୀ ସମେତ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡକୁ ବିଶେଷ ଭାବରେ ଉନ୍ନତ କରିବ। କାରଣ ଉଭୟ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଏହି ପ୍ରକଳ୍ପ ଏଠାକାର ଜନସାଧାରଣଙ୍କ ପାଇଁ ନିଯୁକ୍ତିର ଏକ ସୁଯୋଗ ସୃଷ୍ଟି କରିବ। ପ୍ରାୟ ୪ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିିଳିବ ବୋଲି ଛବିଳେନ୍ଦ୍ର ରାଉଳ କହିଛନ୍ତି।
କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର
ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...
ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ
କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...
ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ
ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...
ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର
ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...
ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ
ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...
ପୃଥକ ଦୁର୍ଘଟଣା: ଅଟୋ-ବାଇକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍
ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...
ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ
ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...
ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ
ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...
Archives


