୨୦୨୧ ସୁଦ୍ଧା ଶେଷ ହେବ ଲ୍ୟୁଲ୍‌ ନଦୀ ଉପରେ ଭାସମାନ ହୋଟେଲ: ଦିନକର ରହିବା ଭଡ଼ା ୭୫ ହଜାର

ଷ୍ଟକ୍‌ହୋମ୍‌,୧୪।୭: ସୁଇଡେନ୍‌ର ଲେପଲେଣ୍ଡ୍‌ ଅଞ୍ଚଳରେ ଥିବା ଲ୍ୟୁଲ୍‌ ନଦୀ ଉପରେ ଏକ ଭାସମାନ ହୋଟେଲ ନିର୍ମାଣ କରାଯାଉଛି। ହୋଟେଲ ନିର୍ମାଣ କାର୍ଯ୍ୟ ୨୦୨୦-୨୧ ସୁଦ୍ଧା ଶେଷ ହେବ। ଏଠାରେ ଗୋଟିଏ ଦିନ ରହିବା ପାଇଁ ଭଡ଼ା ଭାରତୀୟ ମୁଦ୍ରାରେ ୭୫ ହଜାର ଟଙ୍କା ବୋଲି କୁହାଯାଉଛି। ହୋଟଲରେ ରହିବା ପାଇଁ ବୁକିଂ ଆରମ୍ଭ ହୋଇଛି। ଏହି ନଦୀ ଜଳ ଶୀତଦିନେ ଜମାଟ ବାନ୍ଧି ବରଫ ହୋଇଯାଇଥାଏ। କେବଳ ଶୀଷ୍ମଋତୁରେ ଏହା ପ୍ରବାହିତ ହୋଇଥାଏ। ଏଠାରେ ରହିବା ପାଇଁ ଲୋକଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍‌ ସୃଷ୍ଟି ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି।

Share