Posted inଖେଳ

୨୦୨୦ ଟୋକିଓ ଅଲିମ୍ପିକ୍ସ : ଏଫଆଇଏଚ୍‌ ମେଡିକାଲ ଅଫିସର ପ୍ୟାନେଲରେ ଓଡ଼ିଶାର ବିଭୂ

ଭୁବନେଶ୍ୱର, ୧୨।୯(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ଜାପାନର ଟୋକିଓଠାରେ ୨୦୨୦ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଗା ଇଭେଣ୍ଟ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ପକ୍ଷରୁ ପ୍ରକାଶିତ ଅଫିଆସିଲ ତାଲିକାରେ ଓଡ଼ିଶାର ମାତ୍ର ୩ ଜଣ ସ୍ଥାନ ପାଇଛନ୍ତି। ଏଥିମଧ୍ୟରେ ୨ ଜଣ ଅମ୍ପାୟର ରଘୁ ପ୍ରସାଦ ଓ ଜାଭେଦ ଶେଖ ଥିବାବେଳେ ୩ ମେଡିକାଲ ଅଫିସର ପ୍ୟାନେଲରେ ଓଡ଼ିଶାର କଲୋନେଲ ଡକ୍ଟର ବିଭୂ କଲ୍ୟାଣ ନାୟକ ରହିଛନ୍ତି।
ଭୁବନେଶ୍ୱରର ବିଭୂ କଲ୍ୟାଣ ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପରେ ଏଫଆଇଏଚ୍‌ ପକ୍ଷରୁ ମେଡିକାଲ ଅଫିସର ନିଯୁକ୍ତ ହୋଇ ଦାୟିତ୍ୱ ସମ୍ପାଦନ କରିଥିଲେ। ଏହି ପ୍ରତିଯୋଗିତା ଗତବର୍ଷ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଚାଲିଥିଲା। କେବଳ ଓଡ଼ିଶାର ନୁହେଁ ପ୍ରଥମ ଭାରତୀୟ ଭାବେ ସେ କୌଣସି ହକି ବିଶ୍ୱକପରେ ଏଫଆଇଏଚ୍‌ ପକ୍ଷରୁ ମେଡିକାଲ ଅଫିସର ନିଯୁକ୍ତ ହୋଇଥିଲେ। ବିଭୂକଲ୍ୟାଣ ସ୍ପେନର ମାଡ୍ରିଡସ୍ଥିତ ନ୍ୟାଶନାଲ ସ୍ପୋଟର୍‌ସ ସେଣ୍ଟର ଏବଂ କ୍ୟୁବାର ହାଭାନାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସ ମେଡିସିନରେ ସ୍ପୋଟର୍‌ସ ଟ୍ରାଉମାଟୋଲଜି ଆଣ୍ଡ ସ୍ପୋଟର୍‌ସ ଆଣ୍ଡ ଏକ୍ସରସାଇଜ୍‌ ଫିଜିଓଲୋଜିରେ ଟ୍ରେନିଂପ୍ରାପ୍ତ। ୨୦୦୭ରେ ସେ ଟିମ୍‌ ଡାକ୍ତରଭାବେ ଇଣ୍ଡିଆନ ୟୁଥ୍‌ ବକ୍ସିଂ ଟିମ୍‌ ସହିତ ୨ ବର୍ଷ କାର୍ଯ୍ୟ କରି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୦୯ରୁ ସେ ଭାରତୀୟ ହକି ଦଳସହ ଜଡ଼ିତ ରହି ଆସିଛନ୍ତି। ୨୦୧୬ ରିଓ ପାରାଅଲିମ୍ପିକ୍‌ ଗେମ୍ସରେ ସେ ଭାରତୀୟ ପ୍ରତିନିଧି ଦଳର ଫିଜିସିଆନ ଟିମ୍‌ ମୁଖ୍ୟଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ଡାକ୍ତର ନିଯୁକ୍ତ ହୋଇଥିଲେ। ଏହା ବ୍ୟତୀତ ୨୦୦୯ ଓ ୨୦୧୦ ସୁଲତାନ ଆଜଲାନଶାହ କପ୍‌, ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ୨୦୧୦ ଏସିଆନ ଗେମ୍ସ, ୨୦୧୦ ପୁରୁଷ ହକି ବିଶ୍ୱକପ, ୨୦୧୨ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଦଳ ସହ ଜଡ଼ିତ ଥିଲେ। ଅନ୍ତର୍ଜାତୀୟ ହକି ଫେଡେରେଶନ ଗତ ଏପ୍ରିଲରେ ତାଙ୍କୁ ଏଫଆଇଏଚ୍‌ ହେଲ୍‌ଥ ଆଣ୍ଡ ସେଫ୍‌ଟି କମିଟିର ମୁଖ୍ୟଭାବେ ୨ ବର୍ଷିଆ ନିଯୁକ୍ତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri