Categories: ଜାତୀୟ

୨୦୨୦ରେ ଚନ୍ଦ୍ରୟାନ-୩ ପ୍ରେରଣ

ନୂଆଦିଲ୍ଲୀ,୧ା୧: ୨୦୨୦ରେ ଚନ୍ଦ୍ରୟାନ-୩ ଲଞ୍ଚ କରାଯିବ ବୋଲି କେନ୍ଦ୍ର ମହାକାଶ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଚନ୍ଦ୍ରୟାନ-୧, ଚନ୍ଦ୍ରୟାନ-୨ ପରେ ଚନ୍ଦ୍ରୟାନ-୩ ପ୍ରେରଣ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଅର୍ବିଟର ଏବେ ବି ଚନ୍ଦ୍ରରେ ଅଛି ଓ କେବଳ ଲ୍ୟାଣ୍ଡର ସେଠାକୁ ପଠାଯିବାର ବ୍ୟବସ୍ଥା କରାଯିବ। ବିକ୍ରମ ଲ୍ୟାଣ୍ଡର ହାର୍ଡ ହିଟ୍‌ କରିବାରୁ ତାହା କାର୍ଯ୍ୟ କରିପାରିଲାନି। ତେଣୁ ଏବେଠାରୁ ଚନ୍ଦ୍ରୟାନ-୩ ସଫଳ ଲାଗି ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

Share