୨୦୧୯-୨୦ ସୁଦ୍ଧା ୯୭ ବିବାହ ବନ୍ଦ

ସୁବାସ ପାଢୀ
ବ୍ରହ୍ମପୁର ଅଫିସ,୧୭ା୩

ସମାଜରେ ଥିବା କୁସଂସ୍କାର ମଧ୍ୟରେ ଅନ୍ୟତମ ହେଉଛି ବାଲ୍ୟ ବିବାହ। ପୂର୍ବ କାଳରୁ ଚଳି ଆସୁଥିବା ଏହି ପ୍ରଥା ଆଜି ସେତେଟା ନାହିଁ। କିନ୍ତୁ ତଥାପି କେତେକ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଆଜି ବି ଏହି କୁସଂସ୍କାର ଦେଖିବାକୁ ମିଳୁଛି। ବାଲ୍ୟ ବିବାହ ନ କରାଇବା ପାଇଁ ସରକାରୀ ଓ ବେସରକାରୀସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ତାହା ବନ୍ଦ ହେବାର ନା ନେଉନାହିଁ। ଗଞ୍ଜାମ ଜିଲାରେ ୨୦୧୯-୨୦ ଆର୍ଥିକ ବର୍ଷ ମାର୍ଚ୍ଚ ୧୫ ସୁଦ୍ଧା ୯୭ ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ଓ ଜିଲା ପ୍ରଶାସନର ମିଳିତ ଉଦ୍ୟମରେ ବନ୍ଦ କରାଯାଇଛି। ଏହାସତ୍ତ୍ବେ ମଧ୍ୟ ଜିଲାର ଅଧିକାଂଶ ସ୍ଥାନ ତଥା କେତେକ ଆଦିବାସୀ ଅଧ୍ୟୁଷିତ ଇଲାକାରେ ଅଶିକ୍ଷିତ ଲୋକମାନେ ବାଲ୍ୟ ବିବାହ କରୁଛନ୍ତି, ଯାହାକି ଚିନ୍ତାର ବିଷୟ । ଭାରତରେ ବାଲ୍ୟ ବିବାହ ପ୍ରଥାକୁ ପ୍ରଥମେ ରାଜା ରାମମୋହନ ରାୟ ବିରୋଧ କରିଥିଲେ। ୧୯୨୯ରେ ଭାରତରେ ବାଲ୍ୟ ବିବାହ ରୋକିବା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲା। ପ୍ରଥମେ ବିବାହ ବୟସ କମ୍‌ ଥିଲା । ପରବର୍ତ୍ତୀ ସମୟରେ ସଂଶୋଧିତ ଆଇନ ଅନୁସାରେ ଝିଅକୁ ୧୮ ଓ ପୁଅକୁ ୨୧ ବର୍ଷ ହେବା ପରେ ବିବାହ କରାଯାଇପାରିବ ବୋଲି ନିୟମ ହୋଇଥିଲା । ହେଲେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାରି ନ ଥିଲା। ଏହି ନିୟମ ଉଲ୍ଲଂଘନ କଲେ ଆଇନନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ପରେ ସମନ୍ବିତ ଶିଶୁ ବିକାଶ ବିଭାଗ, ଶିଶୁ ସୁରକ୍ଷା ପ୍ରକଳ୍ପ (ସିଡବ୍ଲ୍ୟୁସି) ଓ ଚାଇଲ୍ଡ ଲାଇନକୁ ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା। ଚାଇଲ୍ଡ ଲାଇନ୍‌ ସହାୟତାରେ ଜିଲା ପ୍ରଶାସନ ୨୦୧୬-୧୭ ଆର୍ଥିକ ବର୍ଷରେ ୭ ବାଲ୍ୟ ବିବାହ ବନ୍ଦ କରିଥିଲା। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୬୪ ବନ୍ଦ କରାଯାଇଥିଲା। ୨୦୧୮-୧୯ରେ ୨୭ ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ ୯୭ଟି ବନ୍ଦ କରାଯାଇଥିଲା। ଜିଲାର ଖଲ୍ଲିକୋଟ, ଶେରଗଡ଼, ସୋରଡ଼ା, ହିଞ୍ଜିଳି, ଆସିକା, ବୁଗୁଡ଼ା, କୋଦଳା ଓ ଜଗନ୍ନାଥପ୍ରସାଦ ଆଦି ଅଞ୍ଚଳରେ ବାଲ୍ୟବିବାହ ଦୃଷ୍ଟିକୁ ଆସିଛି । ଚଳିତ ବର୍ଷ ସୋରଡ଼ା ବ୍ଲକ ଧରାକୋଟ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ବଡ଼ଗଡ଼ ଥାନାରେ ମଧ୍ୟ ଗୋଟିଏ ମାମଲା ରୁଜୁ ହୋଇଛି। ସେହିପରି ହିଞ୍ଜିଳି ଥାନାରେ ଗୋଟିଏ, ଆସିକା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ଚାଇଲ୍ଡ ଲାଇନ୍‌ ସୂତ୍ରରୁ ପ୍ରକାଶ। ଲୋକଙ୍କ ମଧ୍ୟରେ ସଚେତନତାର ଅଭାବଯୋଗୁ ବାଲ୍ୟ ବିବାହକୁ ମୂଳପୋଛ କରାଯାଇ ପାରୁନାହିଁ। ଏ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ସେପରି କିଛି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇନାହିଁ। ଯେଉଁ ସମୟରେ ବାଲ୍ୟ ବିବାହ ଅଭିଯୋଗ ଆସୁଛି ଜିଲାର ପ୍ରଶାସନିକ ଅଧିକାରୀ ପୋଲିସକୁ ନେଇ ସେଠାରେ ପହଞ୍ଚୁଛନ୍ତି। ପୁଅ, ଝିଅର ମା, ବାପାଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଓ ସମସ୍ୟା ସମ୍ପର୍କରେ ସଚେତନ କରାଉଛନ୍ତି। ଅଧିକାଂଶ ସମୟରେ ମାତାପିତା ବାଲ୍ୟ ବିବାହ ବନ୍ଦ କରୁଛନ୍ତି। କିନ୍ତୁ କେତେକ କ୍ଷେତ୍ରରେ ଲୋକେ ସବୁକିଛି ବୁଝିବା ପରେ ପୁଣିଥରେ ନାବାଳକ ପୁଅ, ଝିଅଙ୍କୁ ଲୁଚାଇ ବିବାହ କରୁଥିବା ଅଭିଯୋଗ ହେଉଛି। ଏ ଦିଗରେ ପ୍ରଶାସନ ଅଧିକ ଦୃଷ୍ଟି ଦେଇ ଏହାକୁ ବନ୍ଦ କରିବା ଦରକାର ବୋଲି ଲୋକେ ମତ ଦେଇଛନ୍ତି। ସେପଟେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ବାଲ୍ୟ ବିବାହକୁ ରୋକାଯାଇପାରିବ ନାହିଁ ବୋଲି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ସୁଧୀର କୁମାର ସାବତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri