୨୦୧୯-୨୦ ସୁଦ୍ଧା ୯୭ ବିବାହ ବନ୍ଦ

ସୁବାସ ପାଢୀ
ବ୍ରହ୍ମପୁର ଅଫିସ,୧୭ା୩

ସମାଜରେ ଥିବା କୁସଂସ୍କାର ମଧ୍ୟରେ ଅନ୍ୟତମ ହେଉଛି ବାଲ୍ୟ ବିବାହ। ପୂର୍ବ କାଳରୁ ଚଳି ଆସୁଥିବା ଏହି ପ୍ରଥା ଆଜି ସେତେଟା ନାହିଁ। କିନ୍ତୁ ତଥାପି କେତେକ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଆଜି ବି ଏହି କୁସଂସ୍କାର ଦେଖିବାକୁ ମିଳୁଛି। ବାଲ୍ୟ ବିବାହ ନ କରାଇବା ପାଇଁ ସରକାରୀ ଓ ବେସରକାରୀସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ତାହା ବନ୍ଦ ହେବାର ନା ନେଉନାହିଁ। ଗଞ୍ଜାମ ଜିଲାରେ ୨୦୧୯-୨୦ ଆର୍ଥିକ ବର୍ଷ ମାର୍ଚ୍ଚ ୧୫ ସୁଦ୍ଧା ୯୭ ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ଓ ଜିଲା ପ୍ରଶାସନର ମିଳିତ ଉଦ୍ୟମରେ ବନ୍ଦ କରାଯାଇଛି। ଏହାସତ୍ତ୍ବେ ମଧ୍ୟ ଜିଲାର ଅଧିକାଂଶ ସ୍ଥାନ ତଥା କେତେକ ଆଦିବାସୀ ଅଧ୍ୟୁଷିତ ଇଲାକାରେ ଅଶିକ୍ଷିତ ଲୋକମାନେ ବାଲ୍ୟ ବିବାହ କରୁଛନ୍ତି, ଯାହାକି ଚିନ୍ତାର ବିଷୟ । ଭାରତରେ ବାଲ୍ୟ ବିବାହ ପ୍ରଥାକୁ ପ୍ରଥମେ ରାଜା ରାମମୋହନ ରାୟ ବିରୋଧ କରିଥିଲେ। ୧୯୨୯ରେ ଭାରତରେ ବାଲ୍ୟ ବିବାହ ରୋକିବା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲା। ପ୍ରଥମେ ବିବାହ ବୟସ କମ୍‌ ଥିଲା । ପରବର୍ତ୍ତୀ ସମୟରେ ସଂଶୋଧିତ ଆଇନ ଅନୁସାରେ ଝିଅକୁ ୧୮ ଓ ପୁଅକୁ ୨୧ ବର୍ଷ ହେବା ପରେ ବିବାହ କରାଯାଇପାରିବ ବୋଲି ନିୟମ ହୋଇଥିଲା । ହେଲେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାରି ନ ଥିଲା। ଏହି ନିୟମ ଉଲ୍ଲଂଘନ କଲେ ଆଇନନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଥିଲେ । ପରେ ସମନ୍ବିତ ଶିଶୁ ବିକାଶ ବିଭାଗ, ଶିଶୁ ସୁରକ୍ଷା ପ୍ରକଳ୍ପ (ସିଡବ୍ଲ୍ୟୁସି) ଓ ଚାଇଲ୍ଡ ଲାଇନକୁ ବାଲ୍ୟ ବିବାହ ରୋକିବା ପାଇଁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଥିଲା। ଚାଇଲ୍ଡ ଲାଇନ୍‌ ସହାୟତାରେ ଜିଲା ପ୍ରଶାସନ ୨୦୧୬-୧୭ ଆର୍ଥିକ ବର୍ଷରେ ୭ ବାଲ୍ୟ ବିବାହ ବନ୍ଦ କରିଥିଲା। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୬୪ ବନ୍ଦ କରାଯାଇଥିଲା। ୨୦୧୮-୧୯ରେ ୨୭ ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ ୯୭ଟି ବନ୍ଦ କରାଯାଇଥିଲା। ଜିଲାର ଖଲ୍ଲିକୋଟ, ଶେରଗଡ଼, ସୋରଡ଼ା, ହିଞ୍ଜିଳି, ଆସିକା, ବୁଗୁଡ଼ା, କୋଦଳା ଓ ଜଗନ୍ନାଥପ୍ରସାଦ ଆଦି ଅଞ୍ଚଳରେ ବାଲ୍ୟବିବାହ ଦୃଷ୍ଟିକୁ ଆସିଛି । ଚଳିତ ବର୍ଷ ସୋରଡ଼ା ବ୍ଲକ ଧରାକୋଟ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ବଡ଼ଗଡ଼ ଥାନାରେ ମଧ୍ୟ ଗୋଟିଏ ମାମଲା ରୁଜୁ ହୋଇଛି। ସେହିପରି ହିଞ୍ଜିଳି ଥାନାରେ ଗୋଟିଏ, ଆସିକା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ଚାଇଲ୍ଡ ଲାଇନ୍‌ ସୂତ୍ରରୁ ପ୍ରକାଶ। ଲୋକଙ୍କ ମଧ୍ୟରେ ସଚେତନତାର ଅଭାବଯୋଗୁ ବାଲ୍ୟ ବିବାହକୁ ମୂଳପୋଛ କରାଯାଇ ପାରୁନାହିଁ। ଏ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ସେପରି କିଛି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇନାହିଁ। ଯେଉଁ ସମୟରେ ବାଲ୍ୟ ବିବାହ ଅଭିଯୋଗ ଆସୁଛି ଜିଲାର ପ୍ରଶାସନିକ ଅଧିକାରୀ ପୋଲିସକୁ ନେଇ ସେଠାରେ ପହଞ୍ଚୁଛନ୍ତି। ପୁଅ, ଝିଅର ମା, ବାପାଙ୍କୁ ବାଲ୍ୟ ବିବାହର କୁପ୍ରଭାବ ଓ ସମସ୍ୟା ସମ୍ପର୍କରେ ସଚେତନ କରାଉଛନ୍ତି। ଅଧିକାଂଶ ସମୟରେ ମାତାପିତା ବାଲ୍ୟ ବିବାହ ବନ୍ଦ କରୁଛନ୍ତି। କିନ୍ତୁ କେତେକ କ୍ଷେତ୍ରରେ ଲୋକେ ସବୁକିଛି ବୁଝିବା ପରେ ପୁଣିଥରେ ନାବାଳକ ପୁଅ, ଝିଅଙ୍କୁ ଲୁଚାଇ ବିବାହ କରୁଥିବା ଅଭିଯୋଗ ହେଉଛି। ଏ ଦିଗରେ ପ୍ରଶାସନ ଅଧିକ ଦୃଷ୍ଟି ଦେଇ ଏହାକୁ ବନ୍ଦ କରିବା ଦରକାର ବୋଲି ଲୋକେ ମତ ଦେଇଛନ୍ତି। ସେପଟେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସିବା ପର୍ଯ୍ୟନ୍ତ ବାଲ୍ୟ ବିବାହକୁ ରୋକାଯାଇପାରିବ ନାହିଁ ବୋଲି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ସୁଧୀର କୁମାର ସାବତ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri