୨୦୧୯-୨୦ ଆର୍ଥିକ ବର୍ଷ: ମଦରୁ ୪୬୦୦ କୋଟି ଆୟ ଲକ୍ଷ୍ୟ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଅବକାରୀ ରାଜସ୍ବ ବାବଦକୁ ୩୯୨୫କୋଟି ଟଙ୍କା ପାଇଥିଲେ। ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷରେ ୪୬୦୦କୋଟି ଟଙ୍କା ଅବକାରୀ ରାଜସ୍ବ ଆଦାୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ ରଖିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ସାମାଜିକ ଓ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଦ୍ୟପାନରେ ଅଭ୍ୟସ୍ତ ଥିବା ଜନସାଧାରଣଙ୍କୁ ସରକାରୀ ଅନୁମୋଦିତ ମଦ ଦୋକାନ ମାଧ୍ୟମରେ ସୁଲଭ ତଥା ଉତ୍ତମ ମାନର ମଦ ଯୋଗାଇ ଦିଆଯାଉଛି। ସେହିପରି ବିଧାୟକ ମୋହନ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ୨୦୧୩-୧୪, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯ ୬ ବର୍ଷ ମଧ୍ୟରେ ରାଜ୍ୟରେ ୧୦,୫୩୦ ଲାଇସେନ୍ସ ପ୍ରାପ୍ତ ମଦ ବିକ୍ରେତା ଭାରତ ତିଆରି ବିଦେଶୀ ମଦ ପରିମାଣ ୨୪.୬୩ କୋଟି ଲିଟର ଉଠାଉଛନ୍ତି। ସେହିପରି ୩୫.୯୯କୋଟି ଲିଟର ବିଅର ଉଠାଉଛନ୍ତି। ଅନ୍ୟପଟେ ୬.୧୨କୋଟି ଲିଟର ଦେଶୀ ମଦ ଉଠାଉଛନ୍ତି।