Categories: ବାଣିଜ୍ୟ

୨୦୧୮-୧୯ରେ ୧୧୭ ଜଗୁଆଳୀ ବିହୀନ ଫାଟକ ବନ୍ଦ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୭-୬: ପୂର୍ବତଟ ରେଳପଥ ପକ୍ଷରୁ ଅନ୍ତର୍ଜାତୀୟ ଲେଭଲ କ୍ରସିଂ ସଚେତନତା ଦିବସ ପାଳିତ ହୋଇଯାଇଛି। ରାସ୍ତା ପଥଚାରୀଙ୍କୁ ପ୍ରଶିକ୍ଷିତ କରିବାକୁ ରେଳପଥ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବୈଦ୍ୟୁତିକ ଏବଂ ପ୍ରିଣ୍ଟ ଗଣମାଧ୍ୟମରେ ପ୍ରଚାର ପ୍ରସାର, ଲେଭଲ କ୍ରସିଂଗୁଡିକ ନିକଟରେ ପୋଷ୍ଟର, ବ୍ୟାନର,ପ୍ରଚାରପତ୍ର ବଣ୍ଟନ ଏବଂ ପଥପ୍ରାନ୍ତ ନାଟକ ଆଦି ଅନ୍ତର୍ଭୁକ୍ତ ରହିଛି। ରେଳପଥ ପକ୍ଷରୁ ଗୋପାଳପୁର ବାଲିକୁଦ ରେଳଫାଟକ ନିକଟରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ନିରାପତ୍ତା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଗୁରୁବାର ଉଦ୍‌ଘାଟନ କରିଥିଲେ। ଲେଭଲ କ୍ରସିଂ ପାର ହେବା ବେଳେ ସଚେତନ ରହିବା ଉପରେ ସେ ମତ ରଖିଥିଲେ। ରେଲଓ୍ବେ ପକ୍ଷରୁ ଗତ ଆର୍ଥତ୍କ ବର୍ଷରେ ୮ ଗୋଟି ରୋଡ ଓଭରବ୍ରିଜ ଏବଂ ୪୬ ଗୋଟି ଭୂତଳ ଉପମାର୍ଗ ନିର୍ମାଣ କରାଯାଇଛି। ଖୋର୍ଦ୍ଧାରୋଡ ରେଳମଣ୍ଡଳ ତାର ସମସ୍ତ ଜଗୁଆଳି ବିହୀନ ରେଳଫାଟକକୁ ବନ୍ଦ କରିଛି। ଗତ ବର୍ଷ ୧୧୭ ଗୋଟି ଜଗୁଆଳି ବିହୀନ ରେଳଫାଟକ ବନ୍ଦ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।

Share