Categories: ଜାତୀୟ

୨୦୧୬ ସେପ୍ଟେମ୍ବରରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ,୨୧।୫: ସେନା ପକ୍ଷରୁ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ୨୦୧୬ ସେପ୍ଟେମ୍ବର ମାସରେ କରାଯାଇଥିଲା। ଉରି ଗ୍ୟାରିଶନ୍‌ ଆକ୍ରମଣର ପ୍ରତିଶୋଧ ନେବା ଲାଗି ସେନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ଜେନେରାଲ୍‌ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌, ନର୍ଦନ କମାଣ୍ଡ୍‌ ଲ୍ୟୁଟ୍‌ନାଣ୍ଟ ଜେନେରାଲ୍‌ ରଣବୀର ସିଂ ସୋମବାର ପ୍ରକାଶ କରିଛନ୍ତି।
ପ୍ରକାଶଥାଉ କି, କିଛିଦିନ ପୂର୍ବରୁ ଡିଜିଏମ୍‌ଓ ଆର୍‌ଟିଆଇ ଉତ୍ତରରେ ଏଭଳି ତଥ୍ୟ ଦେଇଥିଲା। ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ସବୁଠାରୁ ସଫଳ ଥିଲା ବୋଲି ସେ କହିଛନ୍ତି। ଫେବୃୟାରୀ ୨୭ରେ ସେନା ପକ୍ଷରୁ ଜେଇଏମ୍‌ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ପାକିସ୍ତାନ ବାୟୁ ସେନା ଭାରତ ଉପରେ ପ୍ରତିଆକ୍ରମଣ ଲାଗି ପ୍ରୟାସ କରି ଶେଷରେ ବିଫଳ ହେଲା। ପ୍ରକାଶଥାଉ କି, କିଛିଦିନ ପୂର୍ବରୁ କଂଗ୍ରେସ ପକ୍ଷରୁ ଭାରତୀୟ ସେନା ୬ଥର ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିସାରିଛି ବୋଲି କହିଥିଲା। ଉପା ସରକାରବେଳେ ଏହା ସଫଳତାର କରାଯାଇଥିଲା ବୋଲି ଦାବି କରାଯାଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ରାଜୀବ ଶୁକ୍ଳା କେବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା ତା’ର ବିବରଣୀ ପ୍ରଦାନ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ମଧ୍ୟ ୨ ଥର ଏଭଳି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିବା ଦର୍ଶାଯାଇଥିଲା। ହେଲେ ଏଥିରୁ ଫାଇଦା ନେବାଲାଗି ମନମୋହନ ସିଂ କିମ୍ବା ବାଜପେୟୀ ସାମ୍ବାଦିକ ସମ୍ମିଳନୀ କରି ନ ଥିଲେ ବୋଲି ଶୁକ୍ଳା ଦର୍ଶାଇଥିଲେ।

Share