Posted inଖେଳ

୨୦୧୧ ବିଶ୍ୱକପ୍‌ ଫାଇନାଲ ବିକ୍ରି ହୋଇଥିବା ଅଭିଯୋଗ

କଲମ୍ବୋ, ୧୮ା୬ (ପି.ଟି.)- ବିଶ୍ୱକପ୍‌ ୨୦୧୧ ଫାଇନାଲ ତାଙ୍କ ଦେଶ ଭାରତକୁ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଅଲୁଥ୍‌ଗାମେଜ। ତେବେ ପୂର୍ବତନ ଅଧିନାୟକ କୁମାର ସଙ୍ଗକାରା ଓ ମାହେଲା ଜୟବର୍ଦ୍ଧନେ ତାଙ୍କଠାରୁ ଉପଯୁକ୍ତ ପ୍ରମାଣ ଦାବି କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ଅଲୁଥ୍‌ଗାମେଜ କହିଛନ୍ତି, ଫାଇନାଲ ଫିକ୍ସ ହୋଇଯାଇଥିଲା। ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ୨୭୫ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଗୌତମ ଗମ୍ଭୀର(୯୭) ଓ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (୯୧)ଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଭାରତ ବିଜୟ ସହ ଟ୍ରଫି ହାସଲ କରିନେଇଥିଲା। ମୁଁ ସେତେବେଳେ କ୍ରୀଡ଼ାମନ୍ତ୍ରୀ ଥିଲି। ଦେଶର ସମ୍ମାନ ଦୃଷ୍ଟିରୁ ଏହା ପ୍ରକାଶ କରିବାକୁ ଚାହିଁ ନ ଥିଲି। କିନ୍ତୁ ଆମେ ଏହି ମ୍ୟାଚରେ ବିଜୟ ଲାଭ କରିପାରିଥାନ୍ତୁ ବୋଲି ରାଜନେତା ଜଣକ କହିଛନ୍ତି। ଅଲୁଥ୍‌ଗାମେଜ ବର୍ତ୍ତମାନର କାମଚଳା ସରକାରରେ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଆସନ୍ତା ଅଗଷ୍ଟ ୫ରେ ହେବାକୁଥିବା ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଅଲୁଥ୍‌ଗାମେଜ କହିଛନ୍ତି ମୁଁ ଜାଣେ ଲୋକମାନେ ସେତେବେଳେ ଏ ବିଷୟରେ ଚିନ୍ତା କରିଥିବେ। ଏହି ପ୍ରସଙ୍ଗରେ ଯଦି କୌଣସି ବିତର୍କ ହୁଏ ସେଥିରେ ମୁଁ ଭାଗ ନେବାଲାଗି ପ୍ରସ୍ତୁତ ଅଛି। ଅନ୍ୟପକ୍ଷରେ ସେ ସମୟରେ ଶ୍ରୀଲଙ୍କା ଅଧିନାୟକ ଥିବା ସଙ୍ଗକାରା ମନ୍ତ୍ରୀଙ୍କୁ ଦୁର୍ନୀତି ନିବାରଣ ତଦନ୍ତ ପାଇଁ ଆବଶ୍ୟକ ପ୍ରାମାଣିକ ତଥ୍ୟ ଦାଖଲ କରିବା ଲାଗି କହିଛନ୍ତି। ଜୟବର୍ଦ୍ଧନେ ମଧ୍ୟ ଜଣେ ପୂର୍ବତନ ଅଧିନାୟକ। ସେ ଏହି ମ୍ୟାଚ୍‌ରେ ଏକ ଶତକ ହାସଲ କରିଥିଲେ। ମନ୍ତ୍ରୀଙ୍କ ଅଭିଯୋଗକୁ ନେଇ ସେ ଉପହାସ କରିଛନ୍ତି। ଆଗକୁ ନିର୍ବାଚନ ହେବାକୁ ଥିବାରୁ ଅଲୁଥ୍‌ଗାମେଜ ଏଭଳି ବୟାନବାଜି କରୁଛନ୍ତି। ଯଦି ସେ ଫିକ୍ସିଂ କଥା କହିଛନ୍ତି ତେବେ ଏହାର ପ୍ରମାଣ ଦିଅନ୍ତୁ ଏବଂ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରନ୍ତୁ। ଗେମ୍‌ରେ ଫିକ୍ସିଂ ହୋଇଥିବା ଅଲୁଥ୍‌ଗାମେଜ୍‌୍‌ ଏହା ପୂର୍ବରୁ ମଧ୍ୟ ଥରେ କହିଥିଲେ। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା। ଏଥିପାଇଁ ଅଲୁଥଗାମେଜ ଓ ତତ୍କାଳୀନ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ୨୦୧୧ ବିଶ୍ୱକପ୍‌ ଫାଇନାଲରେ ମ୍ୟାଚ ଫିକ୍ସିଂ ହୋଇଥିବା ଯେଉଁ ଅଭିଯୋଗ ହୋଇଛି ତାହାର ଏକ ତଦନ୍ତ କରାଯିବା ଲାଗି ପୂର୍ବତନ ବିଶ୍ୱକପ୍‌ ବିଜୟୀ ଅଧିନାୟକ ଅର୍ଜୁନ ରଣତୁଙ୍ଗା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri