୨୦୦ ଲିଟର ମହୁଲି ମଦ ଜବତ, ପୋଚ ନଷ୍ଟ

ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- ଆର୍‌.ଉଦୟଗିରି ଅବକାରୀ ବିଭାଗ ଓ ରାମଗିରି ଥାନା ପକ୍ଷରୁ ମିଳିତ ଭାବେ ରାମଗିରି ଥାନାର ସିନ୍ଦବା ଓ ବେଣିସାହିରେ ଚଢାଉ କରି ୨୦୦ ଲିଟର ମହୁଲି ମଦ ଜବତ କରାଯିବା ସହ ଓ ୨ହଜାର ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି। ମଦ ବେପାରୀଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ଅବକାରୀ ବିଭାଗର କହିବା ପ୍ରକାରେ ବଣ ଜଙ୍ଗଲରେ ମଦ ରାନ୍ଧୁଛନ୍ତି, ଅବକାରୀ ବିଭାଗକୁ ଦେଖି ସେମାନେ ଜଙ୍ଗଲ ମଧ୍ୟକୁ ଧାଇଁ ପଳାଉଛନ୍ତି। ଏହି ଚଢ଼ାଉରେ ଆର.ଉଦୟଗିରି ଅବକାରୀ ଓଆଇସି ଜି. ସୁରିବାବୁ ଓ ରାମଗିରି ପୋଲିସ କର୍ମଚାରୀ ଯୋଗ ଦେଇଥିଲେ।