୨୦୦ ଫୁଟ୍‌ ତଳକୁ ଖସିଲା ବସ୍‌: ୧୯ ଯାତ୍ରୀ ମୃତ

ଇସ୍‌ଲାମାବାଦ୍‌, ୩।୭: ପାକିସ୍ତାନର ବେଲୁଚିସ୍ତାନର ଶିରାନୀ ଜିଲାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାହାଡିଆ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଭାରସମ୍ୟା ହରାଇ ୨୦୦ ଫୁଟ୍‌ ତଳକୁ ଖସି ପଡିଛି। ଦୁର୍ଘଟଣାରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମହତାବ ଶାହ ଏହି ସୂଚନା ଦେଇଛନ୍ତି। ବସ୍‌ରେ ୩୫ ଜଣ ଯାତ୍ରୀ ଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ବସ୍‌ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Share