୨୦ରୁ ପୁଣି ଝାରସୁଗୁଡ଼ା-ରାୟପୁର ବିମାନ ସେବା

ଭୁବନେଶ୍ୱର, ୧୬।୬(ବ୍ୟୁରୋ)- ଆଲାଏନ୍ସ ଏୟାର ପକ୍ଷରୁ ଆସନ୍ତା ୨୦ ତାରିଖରୁ ଝାରସୁଗୁଡ଼ାରୁ ରାୟପୁର ବିମାନ ସେବା ପୁଣି ଆରମ୍ଭ ହେବ। ଗତବର୍ଷ ଜୁନ୍‌ ୬ରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭୁବନେଶ୍ୱର ଏବଂ ରାୟପୁରକୁ ସିଧାସଳଖ ଦୁଇଟି ବିମାନ ଚଳାଚଳ କରୁଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଦେଶରେ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଏହି ସେବା ବନ୍ଦ ରଖାଯାଇଥିଲା। ତିନି ମାସର ବ୍ୟବଧାନ ପରେ ରାୟପୁରକୁ ପୁଣି ବିମାନ ସେବା ମିଳିବ। ସୂଚନାଯୋଗ୍ୟ, ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ଅନୁମତି ଦେବାପରେ ଆଲାଏନ୍ସ ଏୟାର ଜୁନ୍‌ ୧ରୁ କୋଲକାତା-ଝାରସୁଗୁଡା-ଭୁବନେଶ୍ୱର ବିମାନ ଚଳାଚଳ ଆରମ୍ଭ କରିସାରିଛି।