୨ସନ୍ତାନଙ୍କ ସହ ଅର୍ପିତାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାଁଙ୍କ ଭଉଣୀ ଅର୍ପିତା ଖାଁ ଶର୍ମା ନିକଟରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାଇ ସଲମାନଙ୍କ ଜନ୍ମଦିନ ଅବସରରେ ଅର୍ଥାତ୍‌ ଡିସେମ୍ବର ୨୭ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ପରଠାରୁ ହିଁ ଅର୍ପିତା ଓ ସଲମାନଙ୍କ ସହ ଆୟତଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆୟତଙ୍କ ଜନ୍ମ ହେବାର ମାସକ ପରେ ପୁଣି ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ମା’ ଅର୍ପିତା ଆୟତ ଓ ଆହିଲଙ୍କୁ ନିଜ କୋଳରେ ଧରିଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଆହିଲ ଅର୍ପିତାଙ୍କୁ ଚୁମ୍ବନ ଦେଉଥିବା ବେଳେ ଅନ୍ୟପଟେ ଆୟତ୍‌ ମଧ୍ୟ ଏଭଳି ପୋଜ୍‌ ଦେଇଥିବା ଦେଖିବାକୁ ମିଳିଛି। ଏଥିରେ ସେମାନେ ବେଶ୍‌ କ୍ୟୁଟ ନଜର ଆସିଛନ୍ତି। ଏହି ଫଟୋକୁ ଅର୍ପିତାଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଉକ୍ତ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ଏହାକୁ ବେଶ୍‌ ପସନ୍ଦ କରାଯାଇଛି। ଜଣେ ଯୁଜର୍ସ ଆୟତଙ୍କୁ ପରି ବୋଲି ସମ୍ବୋଧନ କରି ଲେଖିଛନ୍ତି।

Share