Categories: ଫୁରସତ

୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ

ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି। ୨ ବର୍ଷର ଜଣେ ଛୋଟ ପିଲାର ଇଚ୍ଛା ପୂରଣ କରିବାକୁ ଯାଇ ପରିବାର ଲୋକେ ହାରୀ ପୋଟରଙ୍କ କାହାଣୀ ଶୈଳୀରେ ଘର ନିର୍ମାଣ କରିଛନ୍ତି। ହ୍ୟାରୀ ତାଙ୍କ କାହାଣୀରେ ଘରର ବର୍ଣ୍ଣନା ଯେପରି କରିଥାନ୍ତି ଠିକ୍‌ ସେହିପରି ଏହି ଘରେ ଜେଜେମା, ଜେଜେବାପାଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ରହିଛି।

ଘର ପଛପଟେ ୩୫୦ ମିଟରର ସ୍କାଏର ତିଆରି କରାଯାଇଛି। ଘରେ ବାଲ୍‌କୋନି, ଦୋଳି, ସ୍ଲାଇଡ୍‌, ଗୁପ୍ତ କୋଠରୀ, ଝାଡୁ ସହିତ ଏକ ଲୁହାର ଖୁଣ୍ଟ ମଧ୍ୟ ରହିଛି। ଏଠାରେ ଖେଳିବା ପାଇଁ ଏକ ଘର ରହିଛି।

ଗରମ ଦିନରେ ଥଣ୍ଡାରେ ଶୋଇବା ପାଇଁ ମଧ୍ୟ ଏକ ବିଛଣା ପଡ଼ିଛି। ସେହିପରି ଥଣ୍ଡା ଦିନରେ ଘର ଗରମ ରହିବା ପାଇଁ ଇଲେକ୍ଟ୍ରିକ୍‌ ଚୁଲା ରହିଛି। ଲୁଚାଲୁଚି ଖେଳିବା ପାଇଁ ଶିଡ଼ି ତଳେ ଆଲମାରୀ ବି ରହିଛି। ଏହି ଘର ତିଆରି ପାଇଁ ୬ ସପ୍ତାହ ଅର୍ଥାତ ୪୨ଦିନ ଲାଗିଥିଲା।

Share