୨ଦିନ ହେଲା ଦୁଇମୃତଦେହର ପରିଚୟ ଖୋଜୁଛି ପୋଲିସ

ଆସିକା,୨୬।୨: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢାକେନ୍ଦୁ ଜଙ୍ଗଲରୁ ପୋଲିସ ୨ ଗଳିତ ମୃତଦେହ ଜବତ କରିଥିଲା  । ଘଟଣାର ୨ଦିନ ପରେ ମୃତକଙ୍କ ସମ୍ପର୍କରେ ପୋଲିସକୁ କୌଣସି ସୁରାକ ମିଳିପାରି ନାହିଁ । ଶୁକ୍ରବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ଅତିରିକ୍ତ ଏସ୍‌ପି ବିଜୟ କୁମାର ମଲିକ, ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ସୋରଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ। ଗଛରେ ଝୁଲି ରହିଥିବା ଯୁବତୀଙ୍କ ମୃତଦେହ ଓ ଗଛତଳେ ଦରପୋଡ଼ା ଅବସ୍ଥାରେ ଥିବା ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ଼ ମେଡିକାଲ ଏଫ୍‌ଏମ୍‌ଟିକୁ ପଠାଯାଇଛି। ଦରପୋଡ଼ା ମୃତଦେହ ଯୁବତୀ କିମ୍ବା ଯୁବକଙ୍କର ଜାଣିବା ଲାଗି ଡିଏନ୍‌ଏ ଟେଷ୍ଟ ଲାଗି ପଠାଇବାକୁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଖପାଖ ଥାନା ଅଞ୍ଚଳରେ ଫଟୋ ଜାରି କରାଯାଇ ମୃତକଙ୍କ ସମ୍ପର୍କରେ ସୂଚନା ପାଇବା ଲାଗି ଉଦ୍ୟମ ଚାଲିିଛି।