୨ଟି ମତରେ ଶ୍ୟାମ୍‌ ଷ୍ଟିଲ୍‌ ସାମଗ୍ରୀ: ଆପତ୍ତି ଉଠାଇଥିଲା ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ

ଯାଜପୁର ଅଫିସ,୮।୬: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ନିମ୍ନମାନର ଶ୍ୟାମ୍‌ ଷ୍ଟିଲ ସାମଗ୍ରୀ ବ୍ୟବହାର ହୋଇଛି। ଏନେଇ ଗତ ଜୁଲାଇରେ ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ ‘ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ’ ଆପତ୍ତି ଉଠାଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ଏହି କ୍ଷେତ୍ରରେ ଉଭୟ ଶ୍ୟାମ୍‌ ଷ୍ଟିଲ କମ୍ପାନୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଅଧିକାରୀଙ୍କ ମଧ୍ୟରେ ବିପୁଳ ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଇଛି। ଅନ୍ୟପକ୍ଷରେ ନିମ୍ନମାନର ଶ୍ୟାମ୍‌ ଷ୍ଟିଲ ସାମଗ୍ରୀ ବ୍ୟବହାର ହୋଇଥିବାରୁ ପ୍ରକଳ୍ପର ଦୀର୍ଘସ୍ଥାୟୀ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉପରୋକ୍ତ ୩ ଜିଲାର ଖଣି ପ୍ରଭାବିତ ଅଞ୍ଚଳର ୪ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ହାଇଦ୍ରାବାଦ ସ୍ଥିତ ନାଗାର୍ଜ୍ଜୁନ କନ୍‌ଷ୍ଟ୍ରକ୍ସନ କମ୍ପାନୀ (ଏନ୍‌ସିସି)କୁ ଦାୟିତ୍ୱ ଦିଆଯାଇଛି। ଏନ୍‌ସିସି ଏହି ୪ ପ୍ରକଳ୍ପରେ ଶ୍ୟାମ୍‌ ଷ୍ଟିଲର ସାମଗ୍ରୀ ବ୍ୟବହାର କରୁଛି। ସେଥିମଧ୍ୟରୁ ଯାଜପୁର ଜିଲା ଖଣି ପ୍ରଭାବିତ ସୁକିନ୍ଦା ବ୍ଲକରେ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ଓଏମ୍‌ବିଏଡିସି ପାଣ୍ଠିରୁ ୭୯.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିକ୍ରମରେ ଗତ ଜୁଲାଇରେ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ସୁକିନ୍ଦା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ସମୟରେ ଶ୍ରମିକ ସୁରକ୍ଷା, ଖାତ(ଟେନ୍‌ଚ) ଖୋଳା, ଖାତର ଗଭୀରତା ପ୍ରଭୃତିରେ ଅନିୟମିତତା ସହ ଯାଜପୁର ଜିଲା ପାଟଣାଠାରେ ନିର୍ମାଣାଧୀନ ଇଏସ୍‌ଆର ସ୍ତମ୍ଭରେ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହୋଇଥିବାବେଳେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ହୋଇନାହିଁ ବୋଲି ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ଦେଖିବାକୁ ପାଇଥିଲା। ସେହିପରି ଏହି ପ୍ରକଳ୍ପର ବିଭିନ୍ନ କଂକ୍ରିଟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ପାଇଁ କିଣାଯାଇଥିବା ଶ୍ୟାମ୍‌ ଷ୍ଟିଲ ସାମଗ୍ରୀର ଗୁଣବତ୍ତା ଜାଣିବାକୁ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ନିଜସ୍ବ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଷ୍ଟିଲ ସାମଗ୍ରୀର ଗୁଣବତ୍ତା ଉପରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏ ସମ୍ପର୍କିତ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲର ରିପୋର୍ଟ ଆଧାରରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜନିୟର-୩ ତାଙ୍କ ପତ୍ର ସଂଖ୍ୟା ୬୦୩୩/୧୫ା୭ା୨୦୧୯ରେ ଶ୍ୟାମ୍‌ ଷ୍ଟିଲ୍‌ରୁ କିଣାଯାଇଥିବା ସମସ୍ତ ଷ୍ଟିଲ୍‌ ସାମଗ୍ରୀ (ଶ୍ୟାମ୍‌ ଏଫଇ-୫୦୦ଡି)କୁ ହଟାଇ ଦେବାକୁ ଠିକାସଂସ୍ଥା ଏନ୍‌ସିସିର ସିନିୟର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଶ୍ୟାମ୍‌ ଷ୍ଟିଲ ସାମଗ୍ରୀ ବ୍ୟବହାର ହୋଇପାରିବ ନାହିଁ ବୋଲି ପତ୍ରରେ ପରାମର୍ଶ ଦିଆଯାଇଥିଲା। ଏହାପରେ କେମିତି ସେହି ନିମ୍ନମାନର ଷ୍ଟିଲ ସାମଗ୍ରୀକୁ ପୁଣି ବ୍ୟବହାର କରାଯାଇ ପାରିବ ସେ ନେଇ ବିପୁଳ ଅର୍ଥ କାରବାରରେ ଯୋଜନା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ହେବାର କାରଣ ହେଉଛି ଏନ୍‌ସିସି ଦ୍ୱାରା କିଣାଯାଇଥିବା ଶ୍ୟାମ୍‌ ଷ୍ଟିଲ ସାମଗ୍ରୀର ପରବର୍ତ୍ତୀ ପରୀକ୍ଷାରୁ, ଯାହା କଟକ ସେଣ୍ଟ୍ରାଲ ଲାବରେଟୋରି(ଆର ଆଣ୍ଡ ବି) ଏବଂ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି ଲାବରେଟୋରିରେ କରାଯାଇଥିଲା। ଏହି ଦୁଇ ଲାବରେଟୋରିର ରିପୋର୍ଟରେ ଉକ୍ତ ଷ୍ଟିଲ ସାମଗ୍ରୀର ଗୁଣବତ୍ତା ସନ୍ତୋଷଜନକ ଓ ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୭୮୪୨/୧୦ା୯ା୨୦୧୯ରେ ଠିକାସଂସ୍ଥା ଏନ୍‌ସିସିର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜରଙ୍କୁ ଶ୍ୟାମ୍‌ ଷ୍ଟିଲ ସାମଗ୍ରୀକୁ ପୁଣି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରୁ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲର ରିପୋର୍ଟରେ ନା କଟକ ଓ ଭୁବନେଶ୍ୱର ଲାବରେଟୋରିର ରିପୋର୍ଟରେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ। ଏହି ଘଟଣାକୁ ପାଖାପାଖି ବର୍ଷେ ବିତିବାକୁ ଯାଉଛି। ଯଦି ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ଭୁଲ ରିପୋର୍ଟ ଦେଇଥିଲା ତେବେ ତା’ ବିରୋଧରେ କୌଣସି ଆଇନଗତ ଚ୍ୟାଲେଞ୍ଜ କରିବାକୁ ଆରଡବ୍ଲ୍ୟୁଏସ୍‌ଏସ୍‌ କାହିଁକି ପଛଘୁଞ୍ଚା ଦେଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଅମିୟ ପରିଜା କିମ୍ବା ଶ୍ୟାମ ଷ୍ଟିଲ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri