Categories: ବାଣିଜ୍ୟ

୧ ଲକ୍ଷ ଗ୍ରାହକଙ୍କ ଅଭିଯୋଗ ଶୁଣିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୬-୫: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ଏହାର ୧ ଲକ୍ଷ ଗ୍ରାହକଙ୍କର ଅଭିଯୋଗ ଶୁଣିବ। ଆସନ୍ତା ୨୮ରେ ବ୍ୟାଙ୍କ ପକ୍ଷରୁ ସାରା ଦେଶରେ ଗ୍ରାହକ ସମ୍ମିଳନୀ ଆୟୋଜନ କରି ଏସ୍‌ବିଆଇ ଅଭିଯୋଗ ଶୁଣିବା ସହ ଏହାର ସମାଧାନ ମଧ୍ୟ କରିବ। ଗ୍ରାହକଙ୍କ ଅଭିଯୋଗ ସମ୍ପର୍କରେ ବୁଝି ସେବାରେ ଉନ୍ନତି ଆଣିବା ଏହାର ଉଦ୍ଦେଶ୍ୟ ବୋଲି ଏସ୍‌ବିଆଇ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ ନିଜର ୧୭ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଜରିଆରେ ୫୦୦ରୁ ଅଧିକ ସ୍ଥାନରେ ଗ୍ରାହକ ସମ୍ମିଳନୀ ଆୟୋଜନ କରିବ। ଏକ ଲକ୍ଷରୁ ଅଧିକ ଗ୍ରାହକଙ୍କ ସହ ସିଧାସଳଖ ସମ୍ପର୍କ ରକ୍ଷା କରିବା ବ୍ୟାଙ୍କର ଉଦ୍ଦେଶ୍ୟ ରହିଛି। ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହାଦ୍ୱାରା ବ୍ୟାଙ୍କ ପ୍ରତି ଗ୍ରାହକଙ୍କ ବିଶ୍ୱାସ ଜନ୍ମିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Share