Posted inଖେଳ

୧ ନଂ. ଶୁଟିଂ ଦେଶ ଭାବେ ୨୦୧୯ ଶେଷ କଲା ଭାରତ

ନୂଆଦିଲ୍ଲୀ,୧୨।୧(ପି.ଟି.)- ୨୦୧୯ରେ ଭାରତ ଶୁଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛ। ଫଳରେ ବିଶ୍ୱର ୧ ନମ୍ବର ଶୁଟିଂ ଦେଶ ଭାବେ ଭାରତ ୨୦୧୯ ବର୍ଷ ଶେଷ କରିଛି। ଏହି କ୍ରମରେ ସେ ଅଲିମ୍ପିକ୍‌ ହେଭିଓ୍ବେଟ୍‌ ଚାଇନା ଓ ଆମେରିକାକୁ ମଧ୍ୟ ଭାରତ ପଛରେ ପକାଇଛି।
ପଦକ ହାସଲରେ ଭାରତ ସର୍ବାଗ୍ରେ ରହିଛି। ଭାରତ ମୋଟ ଉପରେ ଏହି ବର୍ଷ ୨୧ଟି ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ଟି ବ୍ରୋଞ୍ଜ୍‌ ପଦକ ହାସଲ କରି ରାଇଫଲ- ପିସ୍ତଲ ବିଶ୍ୱକପ୍‌ ଓ ଫାଇନାଲ୍ସରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଗତବର୍ଷ ଭାରତ ପ୍ରକୃତରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏ ନେଇ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ଅଧ୍ୟକ୍ଷ ରନିନ୍ଦର ସିଂ ଖୁସି ଜାହିର କରିଛନ୍ତି। ସେ ଅନ୍ତର୍ଜାତୀୟ ଶୁଟିଂ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌)ର ୨୦୧୯ ଓଭରଅଲ ର଼୍ୟାଙ୍କିଙ୍ଗ୍‌ ତାଲିକାକୁ ସ୍କ୍ରିନ୍‌ ଶଟ୍‌ କରି ସେ ଟୁଇଟ୍‌ କରିଛନ୍ତି। ୩୦ଟି ପଦକ ପାଇଁ ଭାରତ ଶୀର୍ଷରେ ରହିଥିବା ବେଳେ ଚାଇନା ୧୧ ସ୍ବର୍ଣ୍ଣ, ୧୫ ରୌପ୍ୟ ଓ ୧୮ ବ୍ରୋଞ୍ଜ ପଦକ ସହ ମୋଟ ୪୪ଟି ପୋଡିୟମ ଫିନିସ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅପରପକ୍ଷରେ ଆମେରିକା ୬ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୩ଟି ବ୍ରୋଞ୍ଜ୍‌ ପଦକ ସହ ମୋଟ ୧୫ଟି ପଦକ ହାସଲ କରି ତୃତୀୟ ସ୍ଥାନରେ ରହିଛି।
ଭାରତ ମଧ୍ୟ ରେକର୍ଡ ୧୫ଟି ଅଲିମ୍ପିକ୍‌ କୋଟା ପ୍ଲେସ ହାସଲ କରିଛି। ଏହା ଶୁଟିଂରେ ଭାରତର ଦ୍ରୁତ ଉନ୍ନତିକୁ ଦର୍ଶାଉଛି। ଫଳରେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭାରତ ଶୁଟିଂ ଭଲ ପ୍ରଦର୍ଶନ କରି ଅଧିକ ସଂଖ୍ୟାରେ ପଦକ ହାସଲ କରିବ ବୋଲି ଆଶା କରାଯାଉଛି। ତେବେ ରିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ଆଶାନୁରୂପ ହୋଇପାରି ନ ଥିଲା। ଶୁଟରଙ୍କ ସମେତ ଫେଡେରେଶନର କଠିନ ପରିଶ୍ରମ ଯୋଗୁ ଭାରତରେ ଶୁଟିଂର ଆଜି ଶ୍ରେଷ୍ଠ ସୋପାନରେ ପହଞ୍ଚିଛି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ଶୁଟିଂରେ ଦୁଇଟି ପଦକ ହାସଲ କରିଥିଲା। ଏହା ଅଲିମ୍ପିକ୍ସରେ ଭାରତ ପାଇଁ ଶ୍ରେଷ୍ଠ ଶୁଟିଂ ପ୍ରଦର୍ଶନ ଥିଲା। ତେବେ ଏଥର ଟୋକିଓ ଅଲିମ୍ପିକ୍ସ ଭାରତର ପ୍ରଦର୍ଶନ ଆହୁରି ଭଲ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri