୧ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

ଗଣିଆ,୧୯ା୧୧(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ବୁରିଆପାଜୁ, ସେନେପେରି ଓ ଇଡେଇ ଗ୍ରାମରେ ୧ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ସୋମବାର ପୋଡି ନଷ୍ଟ କରାଯାଇଛି ା ଗଣିଆ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ମିତାଲି ପାତ୍ରଙ୍କ ଉପସ୍ଥିତିରେ ଖଣ୍ଡପଡା ଏସ୍‌ଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ନୟାଗଡ ଓ ଦଶପଲ୍ଲା ଅବକାରୀ ବିଭାଗ କର୍ମଚାରୀ, ଗଣିଆ ଥାନା କର୍ମଚାରୀ ଏବଂ ଡିଭିଏଫ୍‌ ଟିମ୍‌ ମିଳିତ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ ଉପାଡି ସେହି ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଉପାନ୍ତ ପାହାଡିଆ ଅଞ୍ଚଳ ହୋଇଥିବାରୁ ବାହାର ଚୋରା ବେପାରୀଙ୍କ ପ୍ରୋତ୍ସାହନରେ ଏଠାକାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷ କରାଯାଉଛି ା ଚୋରା ବେପାରୀମାନେ ଏଠାରୁ ବହୁ କମ୍‌ ମୂଲ୍ୟରେ ଗଞ୍ଜେଇ କିଣି ଦଶପଲ୍ଲା, ବୌଦ୍ଧ ଜିଲାର କୁଶଙ୍ଗ, ଚାରିଛକ ଓ କଟକ ଜିଲାର ନରସିଂହପୁର ଅଞ୍ଚଳ ଦେଇ ବାହରକୁ ଚାଲାଣ କରିଆସୁଛନ୍ତି। ପ୍ରତିବର୍ଷ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ଏହିପରି ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି।