୧% ଅତିଧନୀଙ୍କ ପାଖରେ ସିଂହ ଭାଗ ସମ୍ପତ୍ତିି

ଡାଭୋସ,୨୧-୧: ଭାରତର ୧% ଅତିଧନୀ ବ୍ୟକ୍ତି ବିଶେଷଙ୍କ ନିକଟରେ ଦେଶର ମୋଟ ସମ୍ପତ୍ତିର ସିଂହ ଭାଗ ଅଂଶ ରହିଛି। ଏମାନଙ୍କ ପାଖରେ ଦେଶର ୭୦% ଜନସଂଖ୍ୟାଙ୍କ ମୋଟ ସମ୍ପତ୍ତିର ୪ଗୁଣରୁ ଅଧିକ ସମ୍ପତ୍ତି ଥିବା ଜଣାପଡିଛି। ସେହିଭଳି ଭାରତୀୟ ବିଲିୟନେୟାରଙ୍କ ନିକଟରେ ଦେଶର ବାର୍ଷିକ ସାଧାରଣ ବଜେଟଠାରୁ ଅଧିକ ସମ୍ପତ୍ତି ରହିଥିବା ସୋମବାର ଏକ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାର୍ଲଡ ଇକୋନୋମିକ ଫୋରମ(ଡବ୍ଲ୍ୟୁଇଏଫ୍‌)ର ୫୦ତମ ବାର୍ଷିକ ସମ୍ମିଳନୀ ପୂର୍ବରୁ ଅକ୍ସଫାମ୍‌ ଗ୍ରୁପର ଟାଇମ ଟୁ କେୟାର ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ଏହି ଅବସରରେ ଅକ୍ସଫାମ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର ୨,୧୫୩ ବିଲିୟନେୟାର ବିଶ୍ୱର ୬୦% ଜନସଂଖ୍ୟା ବା ୪.୬% ବିଲିୟନଙ୍କ ନିକଟରେ ଥିବା ସମ୍ପତ୍ତିଠାରୁ ଅଧିକ ସମ୍ପତ୍ତି ହାସଲ କରିଛନ୍ତି।
ବିଶ୍ୱ ସ୍ତରରେ ଆର୍ଥତ୍କ ଅସମାନତା ବୃଦ୍ଧି ହେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ଦଶନ୍ଧିରେ ବିଲିୟନେୟାରଙ୍କ ସଂଖ୍ୟା ବୃଦ୍ଧି ଘଟିଥିବା ଜଣାପଡିଛି। ଗତ ବର୍ଷ ଏମାନଙ୍କର ମୋଟ ସମ୍ପତ୍ତିରେ ବୃହତ୍‌ ପରିମାଣର ହ୍ରାସ ଘଟିଥିବା ନଜରକୁ ଆସିଥିଲା। ବିନା କୌଣସି ସୁଚିନ୍ତିତ ନୀତି ଦ୍ୱାରା ବିଶ୍ୱ ସ୍ତରରେ ବଢୁଥିବା ଅସମାନତାକୁ ଦୂର କରିବା ସମ୍ଭବ ହେବ ନାହିଁ। ମାତ୍ର କିଛି ଦେଶର ସରକାର ଏ ଦିଗରେ ଯୋଜନା ହାତକୁ ନେଉଥିବା ଅକ୍ସଫାମ ଇଣ୍ଡିଆର ସିିଇଓ ଅମିତାଭ ବେହାର କହିଛନ୍ତି। ଡବ୍ଲ୍ୟୁଇଏଫ୍‌ ସମିଟରେ ଚଳିତ ବର୍ଷ ଲିଙ୍ଗଗତ ଅସମାନତା ଏବଂ ଆୟ ଭଳି ବିଷୟ ସ୍ଥାନ ପାଇବ। ସମ୍ବିଧାନ ପ୍ରଦତ୍ତ ଆଇନର କ୍ଷୁର୍ଣ୍ଣତା, ଦୁର୍ନୀତି, ସାଧାରଣ ସାମଗ୍ରୀ ଏବଂ ସେବା ଦର ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ସମ୍ପକରେ ଡବ୍ଲ୍ୟୁଇଏଫ ଏହାର ରିପୋଟରେ ଉଲ୍ଲେଖ କରିଛି।
ଗତ ୩ ଦଶନ୍ଧିରେ ବିଶ୍ୱ ସ୍ତରରେ ଅସମାନତା କମିଥିଲେ ମଧ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଘରୋଇ ଆୟ ଅସମାନତା ବଢିଛି। ରିପୋର୍ଟ ମୁତାବକ ଦେଶର ମହିଳା କର୍ମଚାରୀମାନେ ପ୍ରମୁଖ ଟେକ୍ନୋଲୋଜି ସିଇଓମାନେ ବର୍ଷକରେ ଲାଭ କରୁଥିବା ବେତନ ସହ ସମକକ୍ଷ ଆୟ କରିବା ଲାଗି ୨୨,୨୭୭ ବର୍ଷ ଲାଗିବ। ଏହି କମ୍ପାନୀଗୁଡିକରେ ଜଣେ ସିଇଓ ୧୦ ମିନିଟରେ ଯେତିକି ଆୟ କରନ୍ତି ଜଣେ ଘରେ କାମ କରୁଥିବା ମହିଳାଙ୍କୁ ତାହା ଆୟ କରିବାକୁ ଗୋଟିଏ ବର୍ଷ ଲାଗିବ ବୋଲି ରିପୋର୍ଟରେ କୁହାଯାଇଛି। ମହିଳା ଏବଂ ବାଳିକାମାନେ କରୁଥିବା ଅନପେଡ କେୟାର ଓ୍ବାର୍କର ମୂଲ୍ୟ ପ୍ରାୟ ୧୯ ଲକ୍ଷ କୋଟି ହେବ,ଯାହା ଦେଶର ଶିକ୍ଷା ବଜେଟର ପ୍ରାୟ ୨୦ ଗୁଣ ଅଧିକ। ଗ୍ଲୋବାଲ ସର୍ଭେ ମୁତାବକ ୨୨ ଅତିଧନୀଙ୍କ ନିକଟରେ ରହିଥିବା ସମ୍ପତ୍ତି ଆଫ୍ରିକାର ସବୁ ମହିଳାଙ୍କ ସମ୍ପତ୍ତିଠାରୁ ଅଧିକ। ମହିଳା ଏବଂ ବାଳିକାମାନେ ପ୍ରତିଦନି କରୁଥିବା ୧୨.୫ ବିଲିୟନ ଘଣ୍ଟା ଅନପେଡ କେୟାରଓ୍ବାର୍କର ବିଶ୍ୱକୁ ଯୋଗଦାନ ପ୍ରାୟ ୧୦.୮ ଟ୍ରିଲିୟନ ଡଲାର ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri