ବଜେଟ ଦସ୍ତାବିଜ ପ୍ରିଣ୍ଟିଂ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୨୧-୧: ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପାରମ୍ପରିକ ହାଲୁଆ ସେରିମନି ଅନୁଷ୍ଠିତ ହୋଇଯାଇଛି। ଏହା ସହ ୨୦୨୦-୨୧ ଆର୍ଥତ୍କ ବର୍ଷ ଲାଗି ବଜେଟ ଦସ୍ତାବିଜ ପ୍ରିଣ୍ଟିଂ ପ୍ରକ୍ରିୟା ମଧ୍ୟ ଶୁଭାରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବଜେଟ ପ୍ରକ୍ରିୟା ସହ ଜଡିତ ଅଧିକାରୀ ଏବେଠାରୁ ବଜେଟ ଉପସ୍ଥାପନ ହେବା ଯାଏ ନର୍ଥ ବ୍ଲକରେ ଥିବା ଅର୍ଥ ମନ୍ତ୍ରଣାଳୟରେ ହିଁ ରହିବେ। ଏହି ସମୟରେ ସେମାନେ ପରିବାର ଲୋକଙ୍କ ସହ ମଧ୍ୟ ସମ୍ପର୍କ କରିପାରିବେ ନାହିଁ। ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ସୀତାରାମନ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡିଛି। ବଜେଟ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହେବ। ଏହି ଦିନ ଅର୍ଥନୈତିକ ସର୍ଭେ ଆସିବ ବୋଲି ଜଣାପଡିଛି। ବଜେଟକୁ ଚୂଡାନ୍ତ ରୂପ ଦେବା ଆଗରୁ ଅର୍ଥ ମନ୍ତ୍ରଣାଳୟରେ ଏକ ବଡ କଡେଇରେ ହାଲୁଆ ପ୍ରସ୍ତୁତ କରାଯାଇଥାଏ। ସମସ୍ତଙ୍କୁ ଏହା ଖାଇବାକୁ ଦିଆଯିବା ସହ ଶୁଭେଚ୍ଛା ମଧ୍ୟ ପ୍ରଦାନ କରାଯାଏ। ଏହି ପରମ୍ପରା ଅନେକ ଦିନ ତଳୁ ଚାଲି ଆସୁଛି। କୌଣସି ଶୁଭ କାର୍ଯ୍ୟକୁ ମିଠା ଖାଇ ଆରମ୍ଭ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ୩୧ ଜାନୁୟାରୀରୁ ୧୧ ଫେବୃୟାରୀ ଏବଂ ଦ୍ୱିତୀୟ ପର୍ଯ୍ୟାୟ ୨ ମାର୍ଚ୍ଚରୁ ୩ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ୨ଟି ପର୍ଯ୍ୟାୟ ମଧ୍ୟରେ ଅନ୍ତତଃ ପକ୍ଷେ ଗୋଟିଏ ମାସ ଅନ୍ତର ରହିଥାଏ। ଏହି ସମୟରେ ସଂସଦୀୟ କମିଟି ପକ୍ଷରୁ ବିଭିନ୍ନ ମନ୍ତ୍ରଣାଳୟକୁ ଆବଣ୍ଟନ ହୋଇଥିବା ରାଶିର ବିଚାର ବିଷର୍ଶ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

ସରିଗଲା ଡେଡ୍‌ଲାଇନ୍‌; ଏବେ ଆଉ ମିଳିବନି ସିଲିଣ୍ଡର? ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍‌ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ…

Ration Card Big Update: ଅକ୍ଟୋବର ୧ରୁ ଏମାନଙ୍କର କଟିଯିବ ରାସନ କାର୍ଡ! ସେପ୍ଟେମ୍ୱର ୨୧ ସୁଦ୍ଧା ସାରନ୍ତୁ ଏହି କାମ

ନୂଆଦିଲ୍ଲୀ,୮।୯: ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ଅନେକ ମାସ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଦୋକାନରୁ ରାସନ ସାମଗ୍ରୀ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଭାରତରେ ସୁନା ଆମଦାନୀରେ ବମ୍ପର ହ୍ରାସ, PM ମୋଦିଙ୍କ ଅପିଲ ନା ଆଉ କିଛି କାରଣ? ଜାଣନ୍ତୁ…

ନୂଆଦିଲ୍ଲୀ,୭।୯: ଭାରତରେ ସୁନାର ଚାହିଦା ଏବଂ ଆମଦାନୀକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଭାରତର ସୁନା ଆମଦାନୀ ବାର୍ଷିକ…

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri