Categories: ଜାତୀୟ

୧୯ ବର୍ଷରେ ମଲେଣି ୨ ହଜାର ବାଘ

ନାଗପୁର, ୨୩ା୮(ପି.ଟି.):ଭାରତରେ ସର୍ବାଧିକ ବାଘ ୨୨୨୬ ରହିଛନ୍ତି, ଯାହାକି ବିଶ୍ୱର ୫୬ ଭାଗରୁ ଅଧିକ। ବିଗତ ୧୯ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର ବାଘ ବିଶ୍ୱରେ ଶିକାର କରାଯାଇଥିବା ବ୍ରିଟେନର କେମ୍ବ୍ରିଜସ୍ଥିତ ଟ୍ରାଫିକ୍‌ ଇଣ୍ଟରନ୍ୟାଶନାଲ ନାମକ ଏକ ବିଶ୍ୱସ୍ତରୀୟ ଏନ୍‌ଜିଓ ସଂସ୍ଥାର ରିପୋର୍ଟରୁ ଜଣାପଡିଛି। ସବୁଠାରୁ ଅଧିକ ବାଘ ଥିବା ଭାରତରେ ଏହି ସମୟ ମଧ୍ୟରେ ୬୨୬ ବାଘ କୌଣସି କାରଣରୁ ମୃତ୍ୟୁବରଣ କରିଥିବାବେଳେ ୪୬୩ଙ୍କ ମୃତଦେହ ଜବତ କରାଯାଇଛି। ଥାଇଲାଣ୍ଡରେ ୩୬୯ ବାଘ ମୃତ୍ୟୁବରଣ କରିଥିବାବେଳେ ୪୯ଙ୍କ ମୃତଦେହ ଜବତ କରାଯାଇଛି। ଇଣ୍ଡୋନେସିଆରେ ୨୬୬ ବାଘ ମରି ଥିବାବେଳେ ୧୧୯ଙ୍କ ମୃତଦେହ ଜବତ କରାଯାଇଛି। ଚାଇନାରେ ୨୪୬ ବାଘଙ୍କ ଜୀବନ ଯାଇଥିବାବେଳେ ୧୨୬ଙ୍କ ମୃତଦେହ ଜବତ କରାଯାଇଛି। ଭିଏତ୍‌ନାମରେ ୨୧୬ ବାଘ ମୃତ୍ୟୁବରଣ କରିଥିବାବେଳେ ୮୯ଙ୍କ ମୃତଦେହ ଜବତ କରାଯାଇଛି। ସେହିଭଳି ନେପାଳ, ମାଲେସିଆ, ରୁଷିଆ, ଲାଓସ୍‌, ବାଂଲାଦେଶରେ ବହୁ ବାଘ ମରିଥିବା ରିପୋର୍ଟରେ ଦର୍ଶାଯାଇଛି। ପ୍ରତିବର୍ଷ ୧୨୪ ବାଘଙ୍କ ମୃତଦେହ ଜବତ କରାଯାଉଥିବା ଜଣାପଡ଼ିଛି। ବାଘ ଚମଡ଼ା ଓ ହାଡ଼ ଲାଗି ଏମାନଙ୍କୁ ଶିକାର କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

Share