Posted inଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌,୯।୨(ପି.ଟି.)- ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ଗତଥରର ଚାମ୍ପିୟନ ଭାରତକୁ ୨୩ଟି ବଲ୍‌ ବାକି ରଖି ୩ ଉଇକେଟରେ ପରାସ୍ତ କରିଛି। ଏଥିସହିତ ପ୍ରଥମଥର ପାଇଁ ବାଂଲାଦେଶ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୪୭.୨ ଓଭରରେ ୧୭୭ ରନକରି ଅଲଆଉଟ ହୋଇଥିଲା। ମ୍ୟାଚ୍‌ର ଶେଷ ଆଡକୁ ବର୍ଷା ହେବା କାରଣରୁ ବାଂଲାଦେଶ ସମ୍ମୁଖରେ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ୪୬ ଓଭରରେ ପରିବର୍ତ୍ତିତ ୧୭୦ ରନର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ବାଂଲାଦେଶ ଏହାକୁ ୪୨.୧ ଓଭରରେ ହାସଲ କରିନେଇଥିଲା। ୧୭୮ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ପରଭେଜ ହୋସେନ ଇମୋନ ଓ ତାନ୍‌ଜିଦ୍‌ ହାସନ ୫୦ ରନ ସଂଗ୍ରହ କରିଥିଲେ। ତେବେ ତାନଜିଦ ୧୭ ରନ କରି ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ବିଷ୍ଣୋଇଙ୍କୁ ସମ୍ମୁଖୀନ ହୋଇ ନ ପାରି ବାଂଲାଦେଶ କେତୋଟି ଉଇକେଟ ହରାଇଥିଲା। ଇମୋନ ୪୭ ରନକରି ଆଉଟ ହୋଇଥିବା ବେଳେ ଅଧିନାୟକ ଆକବର ଅଲି ଧୈର୍ଯ୍ୟର ସହ ବ୍ୟାଟିଂ କରି ୪୩ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ବିଷ୍ଣୋଇ ସର୍ବାଧିକ ୪, ସୁଶାନ୍ତ ମିଶ୍ରା ୨ ଓ ଜୈସୁଆଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ଜୈସୁଆଲଙ୍କ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ବାଂଲାଦେଶ ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲା ଓ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ଆରମ୍ଭରୁ ଭାରତ ଝଟ୍‌କା ଖାଇଥିଲା। ଓପନର ଦିବ୍ୟାଂଶ ସାକସେନା ମାତ୍ର ୨ ରନ କରି ଆଉଟ ହେବା ପରେ ଭାରତ ବେଶ୍‌ ମନ୍ଥର ବ୍ୟାଟିଂ କରିଥିଲା। ପ୍ରଥମ ୧୦ ଓଭରରେ ମାତ୍ର ୨୩ ରନ ସଂଗ୍ରହ କରିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ। ପୁଣି ଥରେ ଓପନର ଯଶସ୍ବୀ ଜୈସୁଆଲ ନିଜର ଚମ୍‌କ ଦେଖାଇଥିଲେ। ସେ ୧୨୧ଟି ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୧ ଛକା ସହ ସର୍ବାଧିକ ୮୮ ରନ କରି ଆଉଟ ହୋଇ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଜୈସୁଆଲ କ୍ରମାଗତ ଚତୁର୍ଥ ଥର ପାଇଁ ୫୦ରୁ ଅଧିକ ସ୍କୋର ଅର୍ଜନ କରି ଏକ ବିରଳ ସଫଳତା ହାସଲ କରିଛନ୍ତି। ସେ ଟୁର୍ନାମେଣ୍ଟରେ ସର୍ବାଧିକ ୪୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ସେ ଗତ ୬ଟି ମ୍ୟାଚ୍‌ରେ ଯଥାକ୍ରମେ ୫୯, ଅପରାଜିତ ୨୯, ଅପରାଜିତ ୫୭, ୬୨, ଅପରାଜିତ ୧୦୫ ଓ ୮୮ ରନ ସଂଗ୍ରହ କରିଛନ୍ତି। କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିବାରେ ପୂର୍ବରୁ ସର୍ଫରାଜ ଖାନ୍‌, ବ୍ରିଟ ଓ୍ବିଲିୟମ୍ସ ସଫଳ ହୋଇଥିଲେ। ବିଶ୍ୱକପ୍‌ରେ ଜୈସୁଆଲ ତୃତୀୟ ବ୍ୟାଟ୍ସମ୍ୟାନ ଭାବେ ୫ଟି ଅର୍ଦ୍ଧଶତକ ହାସଲ କରି ରେକର୍ଡ କରିଛନ୍ତି। ଦ୍ୱିତୀୟ ଉଇକେଟ ଜୈସୁଆଲ ଓ ତିଲକ ବର୍ମା ୯୩ ରନ କରି ସ୍ଥିତି ସମ୍ଭାଳିବା ସହ ସ୍କୋରକୁ ଆଗକୁ ବଢାଇଥିଲେ। ବର୍ମା ୬୫ଟି ବଲ୍‌ ଖେଳି ୩ ଚୌକା ସହ ୩୮ ରନ କରି ଆଉଟ ହୋଇଥିଲେ। ଦଳର ସ୍କୋର ୧୫୬ ଥିବା ବେଳେ ଜୈସୁଆଲ ଆଉଟ ହୋଇଥିଲେ। ସେ ମିଡ୍‌ ଉଇକେଟରେ ତାନଜିଦ୍‌ ହାସନଙ୍କୁ ଛୋଟିଆ କ୍ୟାଚ୍‌ ଦେଇ ସୋରିଫୁଲ ଇସ୍‌ଲାମଙ୍କ ଶିକାର ହୋଇଥିଲେ। ଏହାପରେ ଭାରତର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଏକଦା ୩ ଉଇକେଟ ହରାଇ ଭାରତ ୧୫୬ ରନ ସଂଗ୍ରହ କରିଥିଲା। ତେବେ ମାତ୍ର ୨୧ ରନରେ ଭାରତ ତା’ର ଅନ୍ତିମ ୭ ଉଇକେଟ ହରାଇଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ୨୨ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଦଳର ୮ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ଏହି କ୍ରମରେ ପ୍ରିୟମ ଗର୍ଗ ୭, ଅଥର୍ବ ଆଙ୍କୋଲେକର ୩, ରବି ବିଷ୍ଣୋଇ ୨, ସୁଶାନ୍ତ ମିଶ୍ର ୩ ରନ କରି ଆଉଟ ହୋଇଥିବା ବେଳେ ସିଦ୍ଧେଶ ବୀର ଓ କାର୍ତ୍ତିକ ତ୍ୟାଗୀ ଖାତା ଖୋଲିପାରି ନ ଥିଲେ। ଆକାଶ ସିଂ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ଦ୍ରୁତ ବୋଲର ଅଭିଷେକ ଦାସ ସର୍ବାଧିକ ୩, ସୋରିଫୁଲ ଓ ତାନ୍‌ଜିଦ ହାସନ ସାକିବ ୨ଟି ଲେଖାଏ, ରାକିବୁଲ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri