୧୯ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ: ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୨।୬(ବ୍ୟୁରୋ): ବିହାରରୁ ଛତିଶଗଡ଼ ମଧ୍ୟରେ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଥିବା ଯୋଗୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବ। ତେବେ ଏ ନେଇ ୧୯ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ନୟାଗଡ଼,ବଲାଙ୍ଗୀର, ନୂଆପଡ଼ା, ସୋନପୁର, କଳାହାଣ୍ଡି, ଅନୁଗୋଳ, ବୌଦ୍ଧ, ଢ଼େଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକ ଜିଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲାରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି କୁହାଯାଇଛି। ଟ୍ରପ୍‌ ଲାଇନ୍‌ ପ୍ରଭାବରେ ୭ ତାରିଖ ଯାଏ ବର୍ଷା ହେବ। ବଜ୍ରପାତ ସମ୍ଭାବନା ମଧ୍ୟ ରହିଛି। ଏହାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଆଗାମୀ ୩ରୁ ୪ ଦିନ ଯାଏ ତାପମାତ୍ରା ବଢ଼ିବ ନାହିଁ ବରଂ ୩ରୁ ୪ଂ ହ୍ରାସ ପାଇବ ବୋଲି ସୂଚନା ମିଳିଛି।