Categories: ଖେଳ

୧୯୯୯ ଭାରତ ଭ୍ରମଣକୁ ମନେ ପକାଇଲେ ଓ୍ବାସିମ୍‌ ଆକ୍ରାମ୍‌: ଭୁଲିହେବ ନାହିଁ ଚେନ୍ନାଇବାସୀଙ୍କ ଭଲ ପାଇବା

ଇସଲାମାବାଦ୍‌, ୧୬।୬:କ୍ରିକେଟ ଖେଳରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପୂର୍ବତନ କ୍ରିକେଟର ଓ୍ବାସିମ୍‌ ଆକ୍ରାମ୍‌ ମନେ ପକାଇଛନ୍ତି। ୧୯୯୯ରେ ପାକିସ୍ତାନ ଟିମ୍‌ ଭାରତ ଭ୍ରମଣରେ ଆସିଥିଲା। ଏହା ସ୍ବତନ୍ତ୍ର ଥିଲା ବୋଲି ସେ କହିଛନ୍ତି। ୧୦ ବର୍ଷ ପରେ ପାକିସ୍ତାନ ଟିମ୍‌ ଭାରତରେ ପାଦ ଦେଇଥିଲା। ଏହି ଭ୍ରମଣର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଚେନ୍ନାଇଠାରେ ଥିଲା। ଏହି ମ୍ୟାଚ୍‌ରେ ପାକିସ୍ତାନ ବିଜୟୀ ହୋଇଥିଲା। ଚେନ୍ନାଇରେ ଲୋକେ ପାକିସ୍ତାନୀ ଟିମ୍‌କୁ ଦେଇଥିବା ଭଲ ପାଇବା ଭୁଲି ହେବ ନାହିଁ ବୋଲି ଓ୍ବାସିମ୍‌ କହିଛନ୍ତି। ସୂଚନାଯୋଗ୍ୟ, ୫୪ ବର୍ଷ ବୟସ୍କ ଓ୍ବାସିମ୍‌ ନିଜ ୧୦୪ ଟେଷ୍ଟ ମ୍ୟାଚ୍‌ ଖେଳିଥିବାବେଳେ ୩୫୬ ଏକ ଦିବସୀୟ ମ୍ୟାଚ୍‌ ଖେଳିଛନ୍ତି।

Share