Categories: ଜାତୀୟ

୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ଜଲୀସ ଅନ୍‌ସାରି ପାରୋଲରେ ଆସି ନିଖୋଜ

ମୁମ୍ବାଇ,୧୭।୧: ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ଦୋଷୀ ଜଲୀସ ଅନ୍‌ସାରି ମୁମ୍ବାଇସ୍ଥିତ ତାଙ୍କ ଘରୁ ନିଖୋଜ ହୋଇ ଯାଇଛନ୍ତି। ୨୧ ଦିନ ହେବ ପାରୋଲରେ ଆସି ସେ ମୁମ୍ବାଇ ବାସଭବନରେ ରହୁଥିଲେ। ସେ ଘରେ ଥିବାବେଳେ ଗୁରୁବାର ସକାଳୁ କେଉଁଆଡେ ପଳାଇଛନ୍ତି। ତାଙ୍କ ପରିବାର ଲୋକେ ଥାନାରେ ସେ ‘ନିରୁଦ୍ଦିଷ୍ଟ’ ଥିବା ଅଭିଯୋଗ କରିଛନ୍ତି। ଫଳରେ ପୋଲିସ ତାଙ୍କୁ ଖୋଜିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ସୂଚନାଯୋଗ୍ୟ, ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗ କରୁଥିବା ଜଲୀସ ନିକଟରେ ରାଜସ୍ଥାନ ଅନ୍ତର୍ଗତ ଅଜମେର୍‌ କେନ୍ଦ୍ରୀୟ କାରାଗାରରୁ ପାରୋଲରେ ଆସିଥିଲେ।

Share