୧୯୫ ଦେଶରୁ ୧୯୪ରେ କରୋନା: ମୃତ୍ୟୁ ସଂଖ୍ୟା ୧୮ ହଜାର ୯୦୫; ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି

ଓ୍ବାଶିଂଟନ,୨୫।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରୁ ୧୯୪ରେ କରୋନା ସଂକ୍ରମିତ ହୋଇଛି। ସେହିଭଳି କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୯୦୫ରେ ପହଞ୍ଚିଛି। ୪ଲକ୍ଷ ୨୨ ହଜାର ୯୧୩ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏକ ଲକ୍ଷ ୯ ହଜାର ୧୪୩ ସଂକ୍ରମିତ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଇଟାଲିରେ କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ୬ ହଜାର ୮୨୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏଠାରେ ଲକ୍‌ ଡାଉନ୍‌ ଜାରି ରହିଛି। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୧ ଫେବୃୟାରୀ ୨୩ରେ ଏଠାରେ ଭୂକମ୍ପରେ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏବେ କରୋନା ସଂକ୍ରମଣ ଯୋଗୁ ଦ୍ୱିତୀୟଥର ଲାଗି ଏଭଳି ସ୍ଥିତି ଜାରି ହୋଇଛି।

Share