୧୯ରେ ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଭଙ୍ଗାଯିବ ବେଆଇନ କୋଠା

ପୁରୀ ଅଫିସ, ୧୪ା୮: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଗୋଇନ୍ଦା ବିଭାଗର ଏହି ରିପୋର୍ଟ ପ୍ରଶାସନ ଆଖିରୁ ନିଦ ହଜାଇ ଦେଇଛି। ଜିଲା ପ୍ରଶାସନ ଓ ପୋଲିସକୁ ଘାରିଛି ବଡ଼ଦେଉଳର ସୁରକ୍ଷା ଚିନ୍ତା। ତେଣୁ ଏ ଦିଗରେ ସଜାଗ ଆଉ ସତର୍କ ହୋଇପଡ଼ିଛି ପ୍ରଶାସନ। ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା ୧୯ତାରିଖରେ ଭଙ୍ଗାଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ ନିର୍ମାଣକୁ ଉଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପୂର୍ବରୁ ହାଇକୋର୍ଟଙ୍କ କିଛି ନିର୍ଦ୍ଦେଶ ଅଛି। ଏଥିରେ ଏଏସ୍‌ଆଇର ମଧ୍ୟ ସହମତି ରହିଛି। ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖାଯିବ। ମୁଖ୍ୟ ମନ୍ଦିର ସହିତ ସମ୍ପର୍କ ନ ଥିବା ସବୁ ନିର୍ମାଣକୁ ଆସନ୍ତା ୧୯ ତାରିଖରେ ଉଚ୍ଛେଦ କରାଯିବ। ଏଥିରେ କେତେକ ସରକାରୀ ନିର୍ମାଣ ଯଥା ସିଂହଦ୍ୱାର ଫାଣ୍ଡି, ସୂଚନାକେନ୍ଦ୍ର ଏବଂ ଏହା ନିକଟସ୍ଥ ଏକ ନୂଆ କୋଠା ମଧ୍ୟ ରହିଛି। ପଶ୍ଚିମଦ୍ୱାର ନିକଟରେ ସେସୁର ଫ୍ୟୁଜକଲ୍‌ କେନ୍ଦ୍ର, ଦକ୍ଷିଣ ଦ୍ୱାର ପାଖରେ ଶୌଚାଳୟ ସମେତ ମେଘନାଦ ପାଚେରିକୁ ଲାଗି ଜୋତାଷ୍ଟାଣ୍ଡ ଏବଂ କେତେକ ଦୋକାନ ରହିଛି। ଏ ସବୁକୁ ହଟାଇ ଦିଆଯିବ। ଶ୍ରୀମନ୍ଦିରର ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମେଘନାଦ ପାଚେରି କଡ଼ରେ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ରହିବ ନାହିଁ। ବେସରକାରୀ ନିର୍ମାଣକୁ ନେଇ ଯଦି କିଛି କୋର୍ଟ କେସ୍‌ ଥାଏ ତେବେ ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ। ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ସମ୍ପୂର୍ଣ୍ଣ ଭାବେ ଅବରୋଧମୁକ୍ତ କରାଯିବ। ଅନ୍ୟ ପକ୍ଷରେ ସିଂହଦ୍ୱାର ନିକଟସ୍ଥ ୨ଟି ମଠ (ଛାଉଣୀ ଓ ବଡ଼ଛତା) ସମ୍ପର୍କରେ ଜିଲାପାଳ କହିଥିଲେ, ଏହି ମଠ ଦ୍ୱୟ ହେଉଛି ଐତିହ୍ୟର ଅଂଶ। ଶ୍ରୀମନ୍ଦିର ସେବାପୂଜା, ରୀତିନୀତି ସହ ମଠ ଦ୍ୱୟ ସମ୍ପୃକ୍ତ ଥିବାରୁ ସେଗୁଡ଼ିକୁ ସୁରକ୍ଷିତ ରଖାଯିବ। ଆବଶ୍ୟକ ପଡ଼ିଲେ ପ୍ରଶାସନ ତାହାର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ନେବ। ସୂଚନାକେନ୍ଦ୍ର ଉପରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ସମ୍ମାନର ସହ ସ୍ଥାନାନ୍ତର କରାଯିବ। କିନ୍ତୁ ଏ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ମେଘନାଦ ପାଚେରି ଚତୁଃପାର୍ଶ୍ୱରେ କୌଣସି ପ୍ରକାର ନିର୍ମାଣ ରଖାଯିବ ନାହିଁ ବୋଲି ଜିଲାପାଳ ସିଂ କହିଛନ୍ତି।
ଶ୍ରୀମନ୍ଦିର ନିକଟରେ ଜବରଦଖଲ ଓ ବେଆଇନ ନିର୍ମାଣ ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ତାହା ବଡ଼ ଚ୍ୟାଲେଞ୍ଜ ହୋଇଛି। ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଭଳି ଶ୍ରୀମନ୍ଦିର ଚାରିପଟେ ପରିକ୍ରମା ମାର୍ଗ ନିର୍ମାଣ କରିବାକୁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ମନ୍ଦିର ଚତୁଃପାର୍ଶ୍ୱକୁ ‘ନୋ ପାର୍କିଂ ଓ ନୋ ଭେଣ୍ଡିଂ ଜୋନ୍‌’ କରାଯାଇଥିବାବେଳେ ଏକ ବୈଷୟିକ ସଂସ୍ଥା ଦ୍ୱାରା ଡିଜାଇନ ପ୍ରସ୍ତୁତ କରାଯାଉଛି।
ମେଘନାଦ ପାଚେରିକୁ ଲାଗି ବିଭିନ୍ନ ପ୍ରକାର ନିର୍ମାଣ ରହିଥିବାରୁ ବିଗତ ଦିନରେ ଶ୍ରୀମନ୍ଦିର ଭିତରେ ଏକାଧିକ ଲୁଟ୍‌ ହୋଇଛି। ଲୁଟେରା ଏହି ନିର୍ମାଣକୁ ସାହାରା କରି ରାତିରେ ମନ୍ଦିର ଭିତରକୁ ଯାଇ ଲୁଟ୍‌ କରିଥିବା ପୋଲିସ ଆଗରେ ବୟାନ ଦେଇଥିଲେ । ତେଣୁ ମେଘନାଦ ଚତୁଃପାର୍ଶ୍ୱକୁ ଅବରୋଧମୁକ୍ତ କରାଗଲେ ଏହିଭଳି ଘଟଣାର ପୁନରାବୃତ୍ତି ହେବନାହିଁ ବୋଲି ପ୍ରଶାସନ ଚିନ୍ତା କରିଛି। ସେହିପରି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ମେଘନାଦ ପାଚେରିକୁ ଭକ୍ତମାନେ ଅବାଧରେ ମଧ୍ୟ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri