Categories: ଜାତୀୟ

୧୮ ହଜାର ଦିଆସିଲି ଖୋଳରେ ତିଆରି ହେଲା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି

ଗାନ୍ଧିନଗର,୧୫।୭: ଗୁଜରାଟ ବଦୋଦରାରେ ଜଣେ ବ୍ୟକ୍ତି ପାଖାପାଖି ୧୮ ହଜାର ଅଦରକାରୀ ଦିଆସିଲି ଖୋଳରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ତିଆରି କରିଥିବା କହିଛନ୍ତି। ଗାନ୍ଧୀଜିଙ୍କ ୧୫୦ ତମ ଜନ୍ମ ଦିବସ ଅବସରରେ ସେ ଏହାକୁ ତିଆରି କରିଥିବା ପ୍ରକାଶ କରିଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଟୋଗ୍ରାଫ ନେବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି। ଇଣ୍ଟରନେଟ୍‌ରେ ବିଭିନ୍ନ ଭିଡିଓ ଦେଖି ସେ ଏହାକୁ ତିଆରି କରିଛନ୍ତି। ସୂଚନାଯୋଗ୍ୟ ଏହା ପୂର୍ବରୁ ସେ ସର୍ଦ୍ଦର ବଲ୍ଲ ଭାଇ ପଟେଲଙ୍କର ଏକ ମୂର୍ତ୍ତି ମଧ୍ୟ ତିଆରି କରିଥିଲେ।

Share