୧୮ ସୁଦ୍ଧା ୧୯ ଖଣିର ନିଲାମ ଶେଷ ଲକ୍ଷ୍ୟ: ଆର୍ସେଲର ମିତ୍ତଲକୁ ଠାକୁରାଣୀ ଖଣି

ଭୁବନେଶ୍ୱର,୪ା୨(ବ୍ୟୁରୋ): କେନ୍ଦୁଝର ଜିଲାରେ ଥିବା ଠାକୁରାଣୀ ଲୁହାପଥର ଖଣିକୁ ହାତେଇବାରେ ଆର୍ସେଲର ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସଫଳ ହୋଇଛି। ଖଣିର ଲୁହାପଥର ବିକ୍ରି ମୂଲ୍ୟର ୧୦୭.୫୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ସର୍ତ୍ତରେ ଏହି ଖଣି ଆର୍ସେଲର ମିତ୍ତଲକୁ ମିଳିଛି। ଏହାଛଡ଼ା ଟିକସ ପଇଠ କରିବା ସହ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ(ଡିଏମ୍‌ଏଫ୍‌) ଏବଂ ଖଣି ସମ୍ପର୍କିତ ଅନ୍ୟାନ୍ୟ ଦେୟ ଦେବାକୁ କମ୍ପାନୀ ରାଜି ହୋଇଛି। ଠାକୁରାଣୀ ଲୁହାପଥର ବ୍ଲକରେ ୧୭୯ ନିୟୁତ ଟନ୍‌ ଲୁହାପଥର ଥିବା ଆକଳନ କରାଯାଇଛି। ଏହି ନିଲାମ ପ୍ରକ୍ରିୟାରେ ୧୦ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଆମଲ୍‌ଗାମ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌, ଜେଏସ୍‌ପିଏଲ, ବିଆରପିଏଲ୍‌, କେଜେଏସ୍‌ ଆଲୁଓ୍ବାଲିଆ, ଆର୍ସେଲର ମିତ୍ତଲ ଏବଂ ଓଡ଼ିଶା ମେଟାଲିକ୍ସ ନିଲାମର ବେସ୍‌ ପ୍ରାଇସ୍‌ ୭୨.୪ ପ୍ରତିଶତ ଭିତରେ ରହିଥିଲା। ଏହା ପୂର୍ବରୁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ନୂଆଗାଁ ଓ ନାରାୟଣପୋଷି ଲୁହାପଥର ଖଣି ହାତେଇଛି। ଏହି ଦୁଇଟି ଖଣିରେ ମୋଟ୍‌ ୯୮୦ ନିୟୁତ ଟନ୍‌ ଲୁହାପଥର ଥିବା କୁହାଯାଇଛି। ନୂଆଗାଁ ଲୁହାପଥର ଖଣିରେ ପ୍ରାୟ ୭୯୦ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ନାରାୟଣପୋଷି ଲୁହାପଥର ବ୍ଲକରେ ୧୯୦ ନିୟୁତ ଟନ୍‌ ରହିଥିବା ଆକଳନ କରାଯାଇଛି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୧୯ଟି ଖଣିର ନିଲାମ ପ୍ରକ୍ରିୟା ଫେବୃୟାରୀ ୧୮ ସୁଦ୍ଧା ଶେଷ ହେବା ପରେ ନିଲାମଧାରୀଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ଏଠାରେ ଊଲ୍ଲେଖଯୋଗ୍ୟ ଯେ, ଏହି ସବୁ ନିଲାମ ହେଉଥିବାରୁ ରାଜ୍ୟ ସରକାର ନିଶ୍ଚିତ ଭାବେ ଲାଭବାନ୍‌ ହେଉଛନ୍ତି। ରାଜ୍ୟ ରାଜକୋଷକୁ ରୟାଲ୍‌ଟି ଆକାରରେ ଯେତିକି ପ୍ରତିଶତ ପୂର୍ବରୁ ମିଳୁଥିଲା, ତାହାଠାରୁ ଯଥେଷ୍ଟ ଅଧିକ ଏବେ ମିଳିବ। ଅନ୍ୟପଟେ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରଭାବର ଅନୁକମ୍ପା ହେତୁ ୨ ଖଣି ମାଲିକ ଓଡ଼ିଶାର ରକ୍ତ ଶୋଷି ଅତ୍ୟନ୍ତ ଲାଭବାନ ହେଉଛନ୍ତି। ପ୍ରଥମଟି ହେଲା ଟାଟା ଏବଂ ୨ୟଟି ହେଲା ପଟ୍ଟନାୟକ ଖଣି କମ୍ପାନୀ। ଏହି ଦୁହିଁଙ୍କ ପାଖରେ ଲାଭ ଦାୟକ ଖଣି ରହିଥିବା ସତ୍ତ୍ୱେ ସେମାନଙ୍କୁ ବର୍ଦ୍ଧିତ ରୟାଲଟି ଦେବାକୁ ପଡ଼ୁ ନାହିଁ। ଏହା ଦ୍ୱାରା ରାଜ୍ୟବାସୀଙ୍କ କ୍ଷତି ଘଟୁଛି। ଓଡ଼ିଶାର ଜଙ୍ଗଲ ହାନୀ ସହିତ ପ୍ରାକୃତିକ ସମ୍ପଦ ହରିଲୁଟ ମଧ୍ୟ ହେଉଛି। ପୂର୍ବରୁ ନିଲାମ ପ୍ରକ୍ରିୟାକୁ ବାତିଲ କରିଦେଇପାରୁଥିବା ରାଜ୍ୟ ସରକାର ଏହି ଟାଟା ଏବଂ ପଟ୍ଟନାୟକ ୨କମ୍ପାନୀଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ତାହା ପରବର୍ତ୍ତୀ ସମୟରେ ବୁଝାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri