Categories: ଜାତୀୟ

୧୮ କୁକୁରଙ୍କୁ ଜହର ଦେଇ ହତ୍ୟା, ସାଧାରଣରେ ଉତ୍ତେଜନା ବୃଦ୍ଧି…

ହାଇଦ୍ରାବାଦ,୧୭।୧୦ : ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲାରେ ଏକାସାଙ୍ଗରେ ୧୮ କୁକୁରଙ୍କୁ ଜହର ଦେଇ ହତ୍ୟା କରାଯାଇଛି। ଏହା ପରେ ପୋଲିସ ଅଭିଯୁକ୍ତ ବୀରବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୋଲିସ କହିଛି, ପଚରାଉଚରା ବେଳେ ବୀରବାବୁ କହିଛନ୍ତି ଯେ ତାଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେତେବେଳେ ଏହି ଆଦେଶ ବିଷୟରେ ପଚରାଗଲା, ସେ କହିଥିଲେ ଯେ ଚେବରୋଲ ଗାଁର ସରପଞ୍ଚ ତଥା ସଚିବ ତାଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ଏହି କୁକୁରମାନଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଏକକାଳୀନ ବହୁ ସଂଖ୍ୟକ କୁକୁରର ମୃତ୍ୟୁ ପରେ କୁକୁର ପ୍ରେମୀ ସଂଗଠନ ପକ୍ଷରୁ ଗାଁ ମୁଖିଆ ଏବଂ ସଚିବଙ୍କ ବିରୋଧରେ ଶୀଘ୍ର ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସାଧାରଣରେ ଉତ୍ତେଜନା ବୃଦ୍ଧି ପାଇଛି।

ଚଳିତ ବର୍ଷ ଆରମ୍ଭରେ ତେଲେଙ୍ଗାନାରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲା। ସେଠାରେ ୧୦୦ ବୁଲା କୁକୁରଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମୃତଦେହ ଏକ ଗର୍ତ୍ତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share