୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଥିଲେ ବ୍ରାହ୍ମ ସମାଜର ପ୍ରତିଷ୍ଠାତା ଓ ସମାଜ ସଂସ୍କାରକ। ଭାରତୀୟ ସମାଜରୁ ସତୀଦାହ ପ୍ରଥାର ଉଚ୍ଛେଦ, ବିଧବା ବିବାହ ପ୍ରଚଳନ କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ସେ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଝାସଦେଇ ସାମ୍ବାଦିକତାକୁ ନିଜ ଅସ୍ତ୍ର କରିଥିଲେ। ୧୮୬ ବର୍ଷ ତଳେ ୧୮୩୩ ସେପ୍ଟେମ୍ବର ୨୭ ତାରିଖରେ ଇଂଲଣ୍ଡର ବ୍ରିଷ୍ଟଲ ଅନ୍ତର୍ଗତ ଷ୍ଟେପଲେଟନଠାରେ ତାଙ୍କର ଦେହାନ୍ତ ଘଟିଥିଲା। ରାଜା ରାମମୋହନ ରାୟଙ୍କ ଜନ୍ମ ୧୭୭୨ ମେ ୨୨ରେ ବ୍ରିଟିଶ ଶାସନାଧୀନ ବଙ୍ଗ ପ୍ରଦେଶର ରାଧାନଗରରେ ହୋଇଥିଲା । ତାଙ୍କ ପିତା ରମାକାନ୍ତ ଜଣେ ବୈଷ୍ଣବ ଉପାସକ ଥିଲେ। ତାଙ୍କ ମାତା ତାରିଣୀଦେବୀ ଜଣେ ଶକ୍ତି ଉପାସିକା ଥିଲେ। ୧୫ବର୍ଷ ହେବା ବେଳକୁ ତାଙ୍କର ହିନ୍ଦୀ, ପାର୍ସୀ, ଉର୍ଦ୍ଦୁ, ବଙ୍ଗଳା ଭାଷାରେ ଦକ୍ଷତା ଆସିଯାଇଥିଲା। କିଶୋରାବସ୍ଥାରେ ସେ ଅନେକ ସ୍ଥାନ ଭ୍ରମଣ କରିଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀରେ ଚାକିରିକରି ସେ ଇଂଲଣ୍ଡ, ଫ୍ରାନ୍ସ ଆଦି ରାଷ୍ଟ୍ର ଭ୍ରମଣ କରିଥିଲେ। ତେବେ ଇଷ୍ଟ ଇଣ୍ଡିଆ କମ୍ପାନୀର ଚାକିରି ଛାଡ଼ି ଦେଇ ସେ ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ୧୮୨୮ ଅଗଷ୍ଟ ୨୦ରେ ସେ ଦେବେନ୍ଦ୍ରନାଥ ଟାଗୋରଙ୍କ ସହ ମିଶି କୋଲକାତାଠାରେ ବ୍ରାହ୍ମସମାଜ ପ୍ରତିଷ୍ଠା କରିଥିଲେ। ବ୍ରହ୍ମମ୍ୟାନିକାଲ ମାଗାଜିନ, ସମ୍ବାଦ କୌମୁଦି, ମିରାତ୍‌ ଉଲ ଅଖବାର, ବଙ୍ଗଦୂତ ଭଳି ପତ୍ରପତ୍ରିକା ପ୍ରକାଶନ କରି ସେ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ପାଇଁ ଜନମତ ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ସେ ବ୍ରାହ୍ମସମାଜ ଜରିଆରେ ବାଲ୍ୟବିବାହ ପ୍ରଥା, ସତୀଦାହ ପ୍ରଥା, ଜାତିବାଦ, କର୍ମକାଣ୍ଡ, ପରଦାପ୍ରଥା ଆଦିର ଘୋର ବିରୋଧ କରିଥିଲେ। ରାଜା ରାମମୋହନ ରାୟଙ୍କ ଦୂରଦର୍ଶିତା ଏବଂ ବୈଚାରିକତାର ଶତାଧିକ ଉଦାହରଣ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ହିନ୍ଦୀ ଭାଷା ପ୍ରତି ତାଙ୍କର ଯଥେଷ୍ଟ ଆଗ୍ରହ ରହିଥିଲା। ସେ ରୂଢ଼ିବାଦୀ ଚିନ୍ତାଧାରାର ଘୋର ବିରୋଧୀ ଥିଲେ। କିନ୍ତୁ ସଂସ୍କାର, ପରମ୍ପରା ଏବଂ ରାଷ୍ଟ୍ର ଗୌରବ ପ୍ରତି ସମର୍ପିତ ଥିଲେ। ସେ ଚାହୁଁଥିଲେ, ଦେଶର ନାଗରିକ ସ୍ବାଧୀନତାର ଅର୍ଥ ବୁଝନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

ବର୍ଷାରେ ଭିଜିବ ଉପକୂଳ ଓଡିଶା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…

ଭୁବନେଶ୍ୱର, ୨୨।୨: ବଦଳିପାରେ ରାଜ୍ୟର ପାଣିପାଗ। ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଲଘୁଚାପ ସୃଷ୍ଟି…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ହୋଲି ପୂର୍ୱରୁ ବଡ଼ ଉପହାର; ରାଜ୍ୟ ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଭୋଗୀଙ୍କ ବଢିକି ଆସିବ ଦରମା

ନୂଆଦିଲ୍‌ଲୀ,୨୨।୨: ହୋଲି ପୂର୍ୱରୁ ଖୁସି ଖବର। ସରକାରୀ କର୍ମଚାରୀ, ଶିକ୍ଷକ ଓ ପେନସନଧାରୀଙ୍କ ବଢିବ ଦରମା-ଭତ୍ତା। ଏନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାର…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri